ଭିଜିଲାନ୍ସ ଜାଲରେ ପିଇଓ

ବରଗଡ: ଭିଜିଲାନ୍ସ ଜାଲରେ ପିଇଓ। ବରଗଡ ଜିଲ୍ଲା ପଦ୍ମପୁର ତାଲପାଲି ପିଇଓ ପାଣ୍ଡବ ନନ୍ଦଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି।
ଗାଇସିଲେଟ୍ ସ୍ଥିତ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍। ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି। ପାଣ୍ଡବଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ଛାନ୍ଭିନ୍ କରୁଛି ଭିଜିଲାନ୍ସ। ବ୍ୟାଙ୍କ୍ ପାସ୍ବୁକ୍ର ମଧ୍ୟ ଯାଞ୍ଚ ଚାଲିଛି। ତେବେ ଏପର୍ଯ୍ୟନ୍ତ କେତେ ସମ୍ପତ୍ତି ଠାବ ହୋଇଛି ତାହାର ସ୍ପଷ୍ଟ ସୂଚନା ମିଳିନାହିଁ।