ମାଟ୍ରିକ ପରୀକ୍ଷା: ପ୍ରତି ବିଷୟ ପାଇଁ ୮୦ ନମ୍ବର

ଭୁବନେଶ୍ବର: ଜାନୁଆରୀ ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଯିବେ। ପ୍ରତି ବଷିୟରେ ୮୦ ମାର୍କର ହେବ ମାଟ୍ରିକ ପରୀକ୍ଷା। ୫୦ ମାର୍କର ଓଏମଆର ଅବେଜକ୍ଟିଭ,୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ। କିନ୍ତୁ ରେଜଲ୍ଟ ବେଳେ ୧୦୦ ମାର୍କରୁ ମୂଲ୍ୟାୟନ କରାଯିବ। ୮୦ ମାର୍କରୁ ପରୀକ୍ଷାର୍ଥୀ ପାଇଥିବା ନଂ ଅବଶିଷ୍ଟ ୨୦ରୁ ହିସାବ ହେବ। ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ହଷ୍ଟେଲ ଖୋଲିବା କି ନାହିଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ।