ହେଲମେଟ୍କୁ ନେଇ ସତର୍କ ସୂଚନା ଦେଲା ଟ୍ରାଫିକ ପୁଲିସ

ଭୁବନେଶ୍ବର: ନୂଆ ବର୍ଷରୁ ନୂଆ ନିୟମକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର। ଏଣିକି ବାଇକ୍ ପଛରେ ବସିବା ବ୍ୟକ୍ତି ବି ହେଲମେଣ୍ଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହେଲେ ଏହାରି ଭିତରେ ଆସିଛି ଆଉ ଏକ ବଡ଼ ଖବର। ହେଲ୍ମେଟ୍ ନିୟମ କାର୍ଯ୍ୟକାରି ହେବା ପରେ ପୁଣି ଚିନ୍ତା ବଢ଼ାଇଛି ଅସଲି ନକଲି ହେଲ୍ମେଟ୍। ରାସ୍ତା କଡ଼ରେ ବିକ୍ରି ହେଉଥିବା ନକଲି ହେଲ୍ମେଟ୍ ନ ପିନ୍ଧିବା ପାଇଁ ସତର୍କ ସୂଚନା ଜାରି କରିଛି କମିଶନରରେଟ୍ ପୋଲିସ। କେବଳ ଆଇଏସଆଇ ବାଲା ହେଲ୍ମେଟ୍ ପିନ୍ଧିବାକୁ କୁହାଯାଇଛି। ଯାହା ଫଳରେ କି ଲୋକମାନେ ସୁରକ୍ଷିତ ରହିବେ। କାରଣ ରାସ୍ତା କଡ଼ରେ ଯେଉଁ ହେଲ୍ମେଟ୍ ବିକ୍ରି ହେଉଛି ତାହା ନିମ୍ନମାନର ସେଥିରେ କୌଣସି ଗ୍ୟାରିଣ୍ଟି ନାହିଁ।
ହେଲମେଟ୍ 🪖 ଆମ ମସ୍ତକର ସୁରକ୍ଷା ପାଇଁ ଉଦ୍ଧିଷ୍ଟ, ଶୋଭା ବର୍ଦ୍ଧନ ପାଇଁ ନୁହେଁ ।
ତେଣୁ ସର୍ବଦା ISI ଚିହ୍ନ ଥିବା ହେଲମେଟ୍ 🪖 ପରିଧାନ କରନ୍ତୁ ଓ ସୁରକ୍ଷିତ ଯାତ୍ରା କରନ୍ତୁ ।@DGPOdisha @odisha_police @SarangiSudhansu @dcpbbsr @dcp_cuttack pic.twitter.com/2kKo6pyvTi— DCP TRAFFIC, BHUBANESWAR-CUTTACK (@DCP_TRAFFIC) January 5, 2021
ଏନେଇ ଟ୍ବିଟ୍ ଯୋଗେ ସୂଚନା ଦେଇ ଡିସିପି କହିଛନ୍ତି ଯେ, କିଭଳି ହେଲମେଟ ପିନ୍ଧିବାଲେ ଜଣେ ସୁରକ୍ଷିତ ରହିପାରିବ ସେ ନେଇ ଟ୍ରାଫିକ ପୁଲିସ ଲୋକଙ୍କୁ ସତର୍କ କରାଇଛି। ସର୍ବଦା ଆଇଏସଆଇ ହଲମାର୍କ ଥିବା ହେଲମେଟ ପିନ୍ଧିବା ପାଇଁ ଟ୍ରାଫିକ ଡିସିପି ଟୁଇଟ କରି ସୂଚନା ଦେଇଛି। ସେ ଲୋକଙ୍କୁ ଆଇଏସଆଇ ହେଲମେଟ ପିନ୍ଧନ୍ତୁ ଓ ସୁରକ୍ଷିତ ଯତ୍ରା କରନ୍ତୁ ବୋଲି ସଚେତନ କରାଇଛନ୍ତି। ଭଲ କ୍ୱାଲିଟି ତଥା ଆଇଏସଆଇ ମାର୍କ ଥିବା ହେଲମେଟ ଦୁର୍ଘଟଣା ବେଳେ ପ୍ରାୟ ୭୦ ପ୍ରତିଶତ ଯାଏଁ ଜଣେ ବ୍ୟକ୍ତିର ମୁଣ୍ଡକୁ ସୁରକ୍ଷିତ ରଖିବାରେ ସହାୟକ ହେବ । ଏହାଦ୍ୱାରା ନିଜେ ବଞ୍ଚିବା ସହ ନିଜ ପରିବାରର ମଧ୍ୟ ଜୀବନ ବଞ୍ଚାଇପାରିବେ ବୋଲି ଟ୍ରାଫିକ ପୁଲିସ କହିଛି ।
Comments are closed.