Odisha Link
Bridging the Missing Links in Odisha

ଆଜି ପୁଣି ବସିବ ସରକାର ଓ କୃଷକ ସଙ୍ଗଠନ ବୈଠକ

ନୂଆଦିଲ୍ଲୀ: କୃଷି ବିଲ୍‌କୁ ନେଇ ଦୀର୍ଘ ଦିନ ହେବ ଆନ୍ଦୋଳନ ଲାଗିରହିଛି। ଏହାରି ମଧ୍ୟରେ ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ। ଚାଷୀ ନେତା ଓ ସରକାରଙ୍କ ମଧ୍ୟରେ ୭ଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରି ନାହିଁ। ନୂଆ କୃଷି ଆଇନକୁ ପ୍ରତ୍ୟାହର ଓ ଏମଏସପିକୁ ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ।

ରାଜଧାନୀ ଦିଲ୍ଲୀରେ ୪୪ଦିନରେ ହେଲା ଆନ୍ଦୋଳନ କରୁଛନ୍ତି ଚାଷୀ। ଆଜିର ବୈଠକରୁ ନିଷ୍କର୍ସ ନ ବାହାରିଲେ ୨୬ ତାରିଖ ଦିନ ଟ୍ରାକ୍ଟର ପରେଡର ଚେତାବନୀ ଦେଇଛନ୍ତି କୃଷକ ସଂଗଠନ। ଆଉ ଏହାର ମଙ୍ଗ ଧରିବେ ମହିଳା । ୪ତାରିଖରେ ବସିଥିବା ସପ୍ତମ ପର୍ଯ୍ୟାୟ ବୈଠକରେ ମଧ୍ୟ ବୁଝାମଣା ହୋଇପାରିନଥିଲା । ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଅଡି ରହିଛନ୍ତି। ଆଇନକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଘରକୁ ଫେରିବେ ନାହିଁ ବୋଲି ଚାଷୀ ସଂଗଠନ କହିଛନ୍ତି। ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ୪୪ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି କୃଷକ।

ଏମଏସପି ଗ୍ୟାରେଂଟି, କୃଷି ଆଇନ ପ୍ରତ୍ୟାହାର ସେମାନଙ୍କର ପ୍ରମୁଖ ଦାବି ରହିଛି। କିନ୍ତୁ ନୂଆ ଆଇନକୁ ଐତିହାସିକ କହିବା ସହ ଏହା କୃଷକଙ୍କ ପାଇଁ ଲାଭ ଦାୟକ ହେବ ବୋଲି କହି ଆସୁଛି କେନ୍ଦ୍ର ସରକାର। ତେବେ ଆନ୍ଦୋଳନ ପରେ କେନ୍ଦ୍ର ସରକାର କୃଷକଙ୍କ କେତେକ ପ୍ରସ୍ତାବରେ ରାଜି ହେବା ସହ ଲିଖିତ ପ୍ରତିଶ୍ରୁତି ଦେବାକୁ କହିଛି । କିନ୍ତୁ ଏହାକୁ ଗ୍ରହଣ କରୁ ନାହାଁନ୍ତି ଆନ୍ଦୋଳନକାରୀ କୃଷକ। ଦୁଇ ପକ୍ଷ ମଧ୍ୟରେ ଆଜି ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ।

Comments are closed.