Odisha Link
Bridging the Missing Links in Odisha

ଗୋଟିଏ ବେଦିରେ ଦୁଇ ପ୍ରେମିକାଙ୍କୁ ବାହା ହେଲା ପ୍ରେମିକ

ଛତିଶଗଡ଼: ଗୋଟିଏ ବରକୁ ଦୁଇ କନିଆ। ବିବାହ ମଣ୍ଡପରେ ଜଣେ ବର ଦୁଇଜଣ ଯୁବତୀଙ୍କ ବେକରେ ବରଣମାଳା ପକେଇଛନ୍ତି। ଏହା ଆଇନ ବିରୋଧୀ ହେଲେ ବି ଯୁବକ ଜଣକ ଦୁଇ ଜଣ ଯୁବତୀଙ୍କୁ ବିବାହ କରିଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ ବସ୍ତରରେ। ଚନ୍ଦୁ ନାମକ ଯୁବକ ଗୋଟିଏ ହିଁ ମଣ୍ଡପରେ ନିଜର ଦୁଇ ଜଣ ପ୍ରେମୀକାଙ୍କୁ ବିବାହ କରିଛନ୍ତି। ଏହି ଯୁବକଜଣକ ଦୀର୍ଘ ସମୟ ଧରି ଦୁଇ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଏବଂ ଶେଷରେ ଦୁଇ ଜଣ ଯୁବତୀଙ୍କୁ ବିବାହ ମଧ୍ୟ କରିଛନ୍ତି।

ଜାନୁୟାରୀ ୩ ତାରିଖରେ ଏହି ବାବାହ ଅନୁଷ୍ଠିତ ହୋଇଥିଲା। ଆଉ ଏଥିରେ ଗାଁରେ କିଛି ଲୋକ ସାମିଲ ହୋଇଥିଲେ। ଏନେଇ ଯୁବକ ଜଣଙ୍କ କହିଛନ୍ତି ଯେ, ସେ ଦୁଇ ଜଣ ଯୁବତୀ ତାଙ୍କୁ ବହୁତ ଭଲ ପାଉଥିଲେ। ତେଣୁ ସେ କାହାକୁ ଦୁଃଖ ଦେବାକୁକି ଧୋକା ଦେବାକୁ ଚାହୁଁନଥିଲେ। ସୂଚନା ମୁତାବକ ପ୍ରାୟ ତିନି ବର୍ଷ ପୂର୍ବେ ଚନ୍ଦୁ ଟୋକପାଲ ଅଞ୍ଚଳକୁ ନିଜସ୍ୱ କାମରେ ଯାଇଥିଲେ। ଆଉ ସେଠାରେ ହଠାତ ତାଙ୍କର ଦେଖାହୋଇଥିଲା ୨୧ ବର୍ଷୀୟ ସୁନ୍ଦରୀଙ୍କ ସହ।

ଏହାପରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ। ଏବଂ ପରେ ବିବାହ କରିବା ନେଇ ମନ ବଳାଇଥିଲେ। ଚନ୍ଦୁ ଏବଂ ସୁନ୍ଦରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ମାତ୍ର ଗୋଟିଏ ବର୍ଷ ପୁରୁଥିଲା। ଆଉ ଠିକ ସେତିକି ବେଳେ ଚନ୍ଦୁଙ୍କ ସହ ହସିନାଙ୍କର ଦେଖା ହୋଇଥିଲା। ୨୦ ବଁର୍ଷୀୟ ହସିନା ନିଜ ସମ୍ପର୍କୀୟଙ୍କ ବିବାହକୁ ଆସିଥିବାବେଳେ ଚନ୍ଦୁଙ୍କ ସହ ଦେଖା ସାକ୍ଷାତ ହୋଇଥିଲା । ଆଉ ଏହାପରେ ପ୍ରଥମ ଦେଖାରେ ଦୁହେଁ ହୁହିଁଙ୍କୁ ଭଲ ପାଇ ବସିଥିଲେ। ଚନ୍ଦୁ ନିଜର ପ୍ରଥମ ପ୍ରେମିକା ସୁନ୍ଦରୀ ସମ୍ପର୍କରେ ହସିନାକୁ ଜଣାଇଥିଲେ ଏବଂ ତାଙ୍କୁ ବିବାହ କରିବା କଥା ବି କହିଥିଲେ।

କିନ୍ତୁ ଏଥିରେ କୌଣସି ଆପତି ନାହିଁ ବୋଲି କହିଥିଲେ ହସିନା। ଗୋଟିଏ ଦିନ ଚନ୍ଦୁ ଉଭୟ କଶ୍ୟପ ଏବଂ ହସିନାକୁ ପରସ୍ପର ସହ ଭେଟ କରାଇଥିଲେ। ଦୁହେଁ ଏକାଠି ରହିଲେ କୌଣସି ଅସୁବିଧା ହେବ ନାହିଁ ବୋଲି ଉଭେୟ ଚନ୍ଦୁଙ୍କୁ ଜଣାଇଥିଲେ। କିନ୍ତୁ ଥରେ ହସିନା ଚନ୍ଦୁ ସହ ଚନ୍ଦୁର ଘରେ ରହୁଥିବା କଥା ସୁନ୍ଦରୀ ଜାଣିବାକୁ ପାଇଥିଲା। ଏହାପରେ କଶ୍ୟପ ବି ଚନ୍ଦୁର ଘରେ ଆସି ରହିବାକୁ ଲାଗିଲା।

ଏହାପରେ ୩ ଜଣ ଗୋଟିଏ ପରିବାରର ସଦସ୍ୟ ପରି ଗୋଟିଏ ଘରେ ହିଁ ରହିଲେ। ବିନା ବିବାହରେ ଦୁଇ ଜଣ ଯୁବତୀଙ୍କ ସହ ଗୋଟିଏ ଘରେ ଏକାଠି ରହିବା ଚନ୍ଦୁଙ୍କୁ ଭଲ ଲାଗିନଥିଲା। ତେଣୁ ସେ ବିବାହ କରିବାକୁ ସ୍ଥିର କରିଥିଲେ। ଶେଷରେ ବିବାହ ତାରିଖ ଠିକ କରି ଗୋଟିଏ ହିଁ ମଣ୍ଡପରେ ଅଳ୍ପ ଅତିଥିଙ୍କ ଉପସ୍ଥିତିରେ ନିଜର ଦୁଇପ୍ରେମୀକାଙ୍କୁ ଜୀବନସା୍ଥୀ କରିଥିଲା ଚନ୍ଦୁ। ଛତିଶଗଡ ବସ୍ତରର ଏହି ନିଆରା ବିବାହ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଦେଇଛି। ହିନ୍ଦୁ ବିବାହ ଆଇନ ଅନୁସାରେ ଏହିପରି ବିବାହ ବୈଧ ନୁହେଁ କିନ୍ତୁ ଏହି ବିବାହ ଆଦିବାସୀ ସଂସ୍କୃତିରେ ସିକୃତିପ୍ରାପ୍ତ।

Comments are closed.