ମୁଁ ଟିକା ନେବି, ଟିକା ନେବାରେ ସଙ୍କୋଚ ନାହିଁ: ଡିଏମଇଟି

ଭୁବନେଶ୍ୱର: ଆଜି ସାରା ଦେଶରେ ଟିକାକରଣକୁ ନେଇ ଚାଲିଛି ଡ୍ରାଏ ରନ୍। ଡ୍ରାଏ ରନକୁ ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଟିକାକରଣ ବେଳେ ଅସୁବିଧା ନହେବା ପାଇଁ ୨ୟ ଥର ଡ୍ରାଏ ରନ୍ କରୁଛୁ। ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଟିକା ଦିଆଯିବ।
ପ୍ରଥମ ପର୍ଯ୍ୟାୟରେ ୨୧ ଲକ୍ଷ ସିରିଞ୍ଜ ଯଥେଷ୍ଟ। ମୁଁ ଟିକା ନେବି, ଟିକା ନେବାରେ ସଙ୍କୋଚ ନାହିଁ। ଟିକାର ଉଦ୍ଦେଶ୍ୟ ମହତ ରହିଛି, ପାର୍ଶ୍ୱ ପ୍ରତିକ୍ରିୟା ନଥିବା ଜଣାପଡିଛି। ଜରୁରୀ ବ୍ୟବହାର ପାଇଁ ଖୁବ୍ ଦିନରେ ଟିକା ବାହାରିଛି। କରୋନା ଟିକା କାମ କରିବ ଓ ଫଳପ୍ରଦ ହେବ। ଟିକା ନନେଲେ ବିପଦରେ ରହିବା।’