Odisha Link
Bridging the Missing Links in Odisha

ପୁଣି ସାଇବର ଠକେଇ ଆଭିଯୋଗ

ଭୁବନେଶ୍ବର: ଗତକାଲି ସାଇବର ହେଲ୍ପ ଲାଇନ୍ ନମ୍ବର ଜାରି ହୋଇଥିବା ବେଳେ ଆଜି ଭିତରେ ୨ ହଜାରରୁ ୩ ହଜାର ଫୋନ କଲ ଆସିଛି। ସେଥି ମଧ୍ୟରୁ ଭୁବନେଶ୍ୱରରୁ ଠେକଇ ହୋଇଥିବା ସଂଖ୍ୟା ୨୦। ଯେଉଁ ବ୍ୟକ୍ତିମାନେ ଠକେଇର ଶିକାର ହେଉଛନ୍ତି ସେମାନେ ସିଧାସଳଖ ଏହି ହେଲ୍ପ ଡେସ୍କକୁ ଫୋନ କରିପାରିବେ।

କିନ୍ତୁ ଏହି ହେଲ୍ପ ଡେସ୍କଟି କେବଳ ରାଜଧାନୀ ବାସୀଙ୍କ ପାଇଁ ଖୋଲାଯାଇଥିବା କହିଛନ୍ତି ଡିସିପି ଉମା ଶଙ୍କର ଦାସ। ଅନଲାଇନରେ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି ସାଇବର ଠକ। ଅନକେ ଲୋକ ଏହି ଠକଙ୍କ ଶିକାର ବନି ସାରିଛନ୍ତି। ଡିସିପି ଉମାଶଙ୍କର ଦାସଙ୍କୁ ମଧ୍ୟ ସାଇବର ଠକର କଲ୍ ଆସିଛି। ତେବେ ସାଇବର ଠକଙ୍କ ବାବଦରେ ଜଣାଇବା ପାଇଁ ଭୁବନେଶ୍ୱରରେ ସାଇବର ଡେସ୍କ କରାଯାଇଛି।

ରାଜଧାନୀବାସୀ ଠକଙ୍କ ବାବଦରେ ଜଣାଇବା ପାଇଁ କୁହାଯାଇଛି। ତେବେ ଗତକାଲି ଠାରୁ ୨ରୁ ୩ ହଜାର ଫୋନ କଲ ଆସିଛି। ସାରା ରାଜ୍ୟରୁ ଠକେଇର ଶିକାର ବ୍ୟକ୍ତି ଫୋନ କରୁଥିବା ବେଳେ କେବଳ ଭୁବନେଶ୍ୱର ଲୋକ କଲ କରିବା ପାଇଁ ଡିସିପି କହିଛନ୍ତି ।

Comments are closed.