କଲୋନୀରୁ ୫ ପଜିଟିଭ୍ ଚିହ୍ନଟ, କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା

ଝାରସୁଗୁଡ଼ା: ଆଠଗଡ଼ ଖଣ୍ଡୁଆଳି ଗାଁ ପରେ ଝାରସୁଗୁଡ଼ା ପୌରପରିଷଦର ବେହେରାମାଲ ବୃନ୍ଦାବନ କଲୋନୀକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସକୁ ତ୍ୱରାନ୍ୱିତ କରିବାକୁ ସଂକ୍ରମିତଙ୍କ ଘର ପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।
ବୃନ୍ଦାବନ କଲୋନୀ ଲେନ୍-୨ରୁ ଲେନ୍-୨ ଶେଷ ଯାଏ କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ବେଳେ, ବିୟୁଟି ପାର୍ଲର୍ ସାମ୍ନାରୁ ପିପି ମୋଟର୍ସ ଶେଷ ଏବଂ ସେଠାରୁ ଲେନ୍-୧ ଶେଷମୁଣ୍ଡ ଯାଏ ଅଞ୍ଚଳକୁ ବଫର୍ ଜୋନ୍ ଭାବେ ଘୋଷଣା କରାଯାଇଛି।
ସୂଚନା ଯୋଗ୍ୟ, କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଅନ୍ତର୍ଗତ ଖଣ୍ଡୁଆଳି ଏହି ଗାଁରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଖଣ୍ଡୁଆଳି ଗାଁକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ପ୍ରଥମେ ଗାଁରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା। ଏହାପରେ ଆଉ ୩ଜଣ ଚିହ୍ନଟ ହୋଇଥିଲେ। ସବୁ ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ୍ରେ ରଖାଯାଇଥିବା ବେଳେ ଜଣେ ଆକ୍ରାନ୍ତ କଟକ ଏସ୍ସିବିରେ ଭର୍ତ୍ତି ହୋଇଛନ୍ତି।
Comments are closed.