Odisha Link
Bridging the Missing Links in Odisha

ମକର ସଂକ୍ରାନ୍ତିରେ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ

ଭୁବନେଶ୍ବର: ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ପର୍ବକୁ ସାରା ଦେଶରେ ବହୁ ଧୁମଧାମରେ ପାଳନ କରାଯାଏ। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ରହିଛି। ପୌରାଣିକ କଥା ଅନୁଯାୟୀ ନୂଆ ଫଳ ଓ ନୂଆ ଋତୁର ଆଗମନକୁ ନେଇ ମକର ସଂକ୍ରାନ୍ତି ପାଳନ କରାଯାଏ। ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥା’ନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ। ତାମିଲନାଡୁରେ ପୋଙ୍ଗଲ, କର୍ଣ୍ଣାଟକ, ଗୋଆ, ଓଡିଶା, ହରିୟାଣା, ବିହାର, ଝାରଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗରେ ମକର ସଂକ୍ରାନ୍ତି କୁହାଯାଏ।

ଏହି ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ନଦୀ ଏବଂ ବିଭିନ୍ନ ପବିତ୍ର ନଦୀରେ ସ୍ନାନ କରିବା ସହ ଦାନ, ଧର୍ମ ଆଦି କରିଥାନ୍ତି। ଏହି ପବିତ୍ର ଦିନରେ ଏମିତି କିଛି କାର୍ଯ୍ୟ ଅଛି ଯାହା ଭୁଲରେ ବି କରିବା ଅନୁଚିତ। ନଚେତ ସଙ୍କଟର ସାମ୍ନା କରିପାରନ୍ତି।

ବିନା ପୂଜାରେ ଖାଇବା: ମକର ସଂକ୍ରାନ୍ତି ଦିନ ବିନା ପୂଜା ପାଠରେ କିଛି ବି ଖାଇବା ଅଶୁଭ ବୋଲି ବିଶ୍ବାସ କରାଯାଏ। ଏହି ଶୁଭ ଦିନ ଅବସରରେ ପୂଜା ସାରିବା ପରେ ହିଁ ଭୋଜନ କରିବା ଉଚିତ।

ବିଳମ୍ବରେ ଉଠିବା: ମକର ସଂକ୍ରାନ୍ତି ଦିନ ବିଳମ୍ବରେ ଉଠିବା ଅନୁଚିତ। ଅଧିକ ସମୟ ପର୍ଯ୍ୟନ୍ତ ମହିଳା ଏବଂ ଘରର ଅନ୍ୟ ସଦସ୍ୟ ଶୋଇବା ଅଶୁଭ ହୋଇଥାଏ। ସକାଳୁ ଶୀଘ୍ର ଉଠି ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ନିଜ ପାଇଁ ଏବଂ ନିଜ ପରିବାର ପାଇଁ ଶୁଭ ମନାସୀ ପ୍ରାର୍ଥନା କରିବା ଉଚିତ।

ଆମିଷ ସେବନ: କିଛି ଲୋକ ପର୍ବର ଖୁସିରେ ଆମିଷ ସେବନ ଭୋଜନ କରିବାକୁ ପସନ୍ଦ କରନ୍ତି କିନ୍ତୁ ଏହା ଅଶୁଭ। ସଂକ୍ରାନ୍ତି ଦିନରେ ମାଂସ ତଥା ଆମିଷ ସେବନ କରୁଥିବା ଲୋକ ପାପୀର ଭାଗିଦାର ହୋଇଯା’ନ୍ତି। ଏହି ଦିନ ଆମିଷ ଠାରୁ ଦୂରେଇ ରହିବା ଉଚିତ।

ନିଶା ଦ୍ରବ୍ୟ ସେବନ: ମକର ସଂକ୍ରାନ୍ତି ଦିନ ମଦ, ଗୁଟଖା, ସିଗାରେଟ ଆଦି ସେବନ କରିବା ଠାରୁ ଦୂରେଇ ରୁହନ୍ତୁ। କୌଣସି ବି ଶୁଭ ଦିନରେ ଏହି ସବୁ ନିଶା ଦ୍ରବ୍ୟକୁ ସେବନ କରିବା ଅନୁଚିତ।

ଫସଲ କାଟିବା: ମକର ସଂକ୍ରାନ୍ତିକୁ ପ୍ରକୃତି ସହ ଯୋଡି ହୋଇ ରହିଥିବା ପର୍ବ ବୋଲି ବିଶ୍ବାସ କରାଯାଏ। ଏହି ଦିନ ଯଦି ଆପଣ ଫସଲ କାଟିବା ପାଇଁ ଯୋଜନା କରୁଛନ୍ତି ତେବେ ତାକୁ ଘୁଞ୍ଚାଇ ଦିଅନ୍ତୁ। ଏହି ଦିନ କୌଣସି ବି ପ୍ରକାର କଟା କଟି କଲେ ତାହା ଅଶୁଭ ବୋଲି ହୋଇଥାଏ ବୋଲି ବିଶ୍ବାସ ରହିଛି।

ଝଗଡା କରିବା: ମକର ସଂକ୍ରାନ୍ତିର ଶୁଭ ଅବସରରେ କାହା ସହିତ କୌଣସି ପ୍ରକାର ଗଣ୍ଡଗୋଳ କିମ୍ବା ଝଗଡା କରିବ ଉଚିତ ନୁହେଁ। ଯେତେ ସମ୍ଭବ ଏସବୁ ଠାରୁ ଦୁରେଇ ରୁହନ୍ତୁ। ଏହା ଦ୍ୱାରା ସୂର୍ଯ୍ୟ ଦେବଙ୍କର କୃପାଲାଭ ହୋଇଥାଏ।

Comments are closed.