Odisha Link
Bridging the Missing Links in Odisha

୭୨ ବର୍ଷ ପରେ ଚମତ୍କାର, ଡେବ୍ୟୁ ମ୍ୟାଚରେ ଚମକିଲେ ନଟରାଜନ-ସୁନ୍ଦର

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚ୍‌ ବ୍ରିସ୍‌ବେନ୍‌ରେ ଖେଳା ଯାଉଛି। ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନର ପ୍ରଥମ ସେସନରେ ଅଷ୍ଟ୍ରେଲିଆ ଦଳ ୩୬୯ ରନରେ ଅଲଆଉଟ୍‌ ହୋଇଛି। ଟିମ୍‌ ଇଣ୍ଡିଆ ପକ୍ଷରୁ ଟେଷ୍ଟ ଡେବ୍ୟୁ କରିଥିବା ଦୁଇ ଖେଳାଳି ଓ୍ବାଶିଂଟନ୍‌ ସୁନ୍ଦର ଓ ଟି-ନଟରାଜନ ଉଉୟେ ୩ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି। ଏଥିସହିତ ଶର୍ଦ୍ଦୁଲ ଠାକୁର ମଧ୍ୟ ୩ଟି ଓ୍ବିକେଟ୍‌ ନେଇଛନ୍ତି। ଅପରପକ୍ଷେ ମହମ୍ମଦ ସିରାଜ ଗୋଟିଏ ଓ୍ବିକେଟ ନେଇଛନ୍ତି। ଟିମ୍‌ ଇଣ୍ଡିଆ ତାର ପ୍ରଥମ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରିଛି। ଖବର ଲେଖା ହେବା ସୁଦ୍ଧା ବର୍ଷା କାରଣରୁ ମ୍ୟାଚ୍‌ ସ୍ଥଗିତ ଅଛି। ଟିମ୍‌ ଇଣ୍ଡିଆ ୨ଟି ଓ୍ବିକେଟ୍‌ ହରାଇ ୬୨ ରନ୍‌ କରିଛି। ରୋହିତ ୪୪ ରନ କରି ଆଉଟ୍‌ ହୋଇଥିବା ବେଳେ ଶୁବମନ୍‌ ଗିଲ୍‌ ୭ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଛନ୍ତି। ଅପରପକ୍ଷେ ଚେତେଶ୍ବର ପୂଜାରା (୮) ଓ ଆଜିଙ୍କ୍ୟ ରାହାଣେ (୨) ରନ୍‌ କରି ନଟ‌ଆଉଟ୍‌ ଅଛନ୍ତି।

ଶନିବାର ଦିନ କଙ୍ଗାରୁବାହିନୀ ୩୬୯ ରନରେ ଅଲଆଉଟ୍‌ ହୋଇଥିଲା। ଭାରତ ପକ୍ଷରୁ ତିିନି ଜଣ ଖେଳାଳି ତିନୋଟି ଲେଖାଏଁ ଓ୍ବିକେଟ୍‌ ନେଇଥିବା ବେଳେ ମହମ୍ମଦ ସିରାଜ କେବଳ ଗୋଟାଏ ଓ୍ବିକେଟ‌ ନେଇଛନ୍ତି। ଡେବ୍ୟୁ କରିଥିବା ୨ ବୋଲର ନଟରାଜନ ଓ ସୁନ୍ଦର ୭୨ ବର୍ଷର ରେକର୍ଡକୁ ଦୋହାରାଇଛନ୍ତି। ଏହି ଦୁଇ ଖେଳାଳି ନିଜର ପଦାର୍ପଣ ଟେଷ୍ଟରେ ତିନୋଟି ଲେଖାଏଁ ଓ୍ବିକେଟ୍‌ ନେଇଛନ୍ତି। ଏହାପୂର୍ବରୁ ୧୯୪୯ ମସିହାରେ ଭାରତ ପକ୍ଷରୁ ଡେବ୍ୟୁ କରିଥିବା ୨ଖେଳାଳି ଗୋଟିଏ ଇନିଂସରେ ତିିନି କିମ୍ବା ତାଠୁ ଅଧିକ ଓ୍ବିକେଟ ନେବାରେ ସଫଳ ହୋଇଥିଲେ।

୧୯୪୯ ମସିହାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କୋଲକାତା ମ୍ୟାଚରେ ମଣ୍ଟୁ ବାନାର୍ଜୀ ଓ ଗୁଲାମ ଅହମଦ ନିଜର ଡେବ୍ୟୁ ମ୍ୟାଚରେ ୪ଟି ଲେଖାଏଁ ଓ୍ବିକେଟ୍‌ ନେଇଥିଲେ। ଏହାସତ୍ତ୍ବେ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ୩୬୬ ରନ କରିଥିଲା। ଯାହାଫଲରେ ସେହି ମ୍ୟାଚଟି ଡ୍ର ହୋଇଥିଲା। ସେହି ସମୟରେ ଲାଲା ଅମରନାଥ ଭାରତୀୟ ଟିମର ଅଧିନାୟକ ଥିଲେ। ଦୀର୍ଘ ୭୨ ବର୍ଷ ପରେ ଦୁଇଜଣ ଖେଳାଳି ଡେବ୍ୟୁ କରି ୩ ଟି ଲେଖାଏଁ ଓ୍ବିକେଟ୍‌ ନେବାର ଦେଖିବାକୁ ମିଳିଛି।

Comments are closed.