Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୧୮୩ ସଂକ୍ରମିତ

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୩୩୧୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୬ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୭୭ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୨୦ଜଣ, ବାଲେଶ୍ୱରରୁ ୬ଜଣ, ବରଗଡ଼ରୁ ୧୦ଜଣ, ଭଦ୍ରକରୁ ୧ଜଣ, ବଲାଙ୍ଗୀରରୁ ୩ଜଣ, ବୌଦ୍ଧରୁ ୧ଜଣ, କଟକରୁ ୭ଜଣ, ଦେଓଗଡ଼ରୁ ୨ଜଣ, ଗଜପତିରୁ ୩ଜଣ, ଗଞ୍ଜାମରୁ ୧ଜଣ, ଯାଜପୁରରୁ ୭ଜଣ, ଝାରସୁଗୁଡ଼ାରୁ ୧୧ଜଣ, କଳାହାଣ୍ଡିରୁ ୧ଜଣ, କନ୍ଧମାଳରୁ ୧ଜଣ, କେନ୍ଦ୍ରାପଡ଼ାରୁ ୪ଜଣ, କେନ୍ଦୁଝରରୁ ୩ଜଣ, ଖୋର୍ଦ୍ଧାରୁ ୧୯ଜଣ, ମୟୁରଭଞ୍ଜରୁ ୮ଜଣ, ନୟାଗଡ଼ରୁ ୧ଜଣ, ନୂଆପଡା୧୮ରୁ ୬୩ଜଣ, ପୁରୀରୁ ୧୩ଜଣ, ସମ୍ବଲପୁରରୁ ୧୯ଜଣ, ସୁରନ୍ଦରଗଡ଼ରୁ ୧୮ଜଣ, ଷ୍ଟେଟ୍‌ ପୁଲ୍‌ରୁ ୬ଜଣ ରହିଛନ୍ତି।

ପ୍ରକାଶ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୩୩୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୦୩୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୨୯୩୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୭୩୭୬୮୯୬ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।

Comments are closed.