Odisha Link
Bridging the Missing Links in Odisha

ପୁଣି ନିଜର ସ୍ପଷ୍ଟୀକରଣ ଦେଲା ହ୍ୱାଟ୍ସଆପ

ଭୁବନେଶ୍ବର: ହ୍ୱାଟ୍ସଆପ ତାର ପ୍ରାଇଭେସି ପଲିସିକୁ ନେଇ ପୁଣି ସ୍ପଷ୍ଟୀକରଣ ଦେଇଛି। ଷ୍ଟାଟସ ମାଧ୍ୟମରେ ବ୍ୟବହାରକାରୀଙ୍କୁ ବାର୍ତ୍ତା ଦେଇଛି। ଏହା ସହିତ, ୟୁଜର୍ସଙ୍କ ବ୍ୟକ୍ତିଗତ ଗୋପନୀୟତା ପାଇଁ ପ୍ରତିବଦ୍ଧ ରହିଛି କମ୍ପାନୀ। ଏପରିକି ଏଣ୍ଡ ଟୁ ଏଣ୍ଡ ଇନକ୍ରିପସନ ଯୋଗୁଁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ କଥାବାର୍ତା ପଢ଼ି କିମ୍ବା ଶୁଣିପାରେ ନାହିଁ କମ୍ପାନୀ। ଏବଂ ଆପଣ ସେୟାର କରିଥିବା ଲୋକେସନକୁ ମଧ୍ୟ ଦେଖିପାରେ ନାହିଁ। ଏହାସହ ଫେସବୁକ ସହ ହ୍ୱାଟ୍ସଆପ୍ କମ୍ପାନୀ କୌଣସି କଣ୍ଟାଟ୍ ସେୟାର କରେନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛି କମ୍ପାନୀ।

ନୂଆ ପ୍ରାଇଭେସି ପଲିସି ବ୍ୟବହାରକାରୀଙ୍କ ଚିନ୍ତା ବଢାଇଛି। ନିତିଦିନିଆ କାମରେ ବ୍ୟବହାର କରାଯାଉଥିବା ହ୍ୱାଟ୍ସ ଆପ୍ ସତରେ କଣ ଆଉ ସୁରକ୍ଷିତ ନୁହେଁ । କମ୍ପାନୀ ପକ୍ଷରୁ ନୂଆ ପଲିସି ଘୋଷଣା ପରେ ଏହାକୁ ନେଇ ସାରା ବିଶ୍ୱରେ ସମାଲୋଚନା ହୋଇଛି। ଏପରି ସ୍ଥିତିକୁ ଦେଖି ବ୍ୟବହାରୀକାରୀଙ୍କ ପାଇଁ ଶନିବାର ଦିନ ବଡ ଘୋଷଣା କରିଥିଲା କମ୍ପାନୀ।

ପ୍ରାଇଭେସୀ ପଲିସିକୁ ଗ୍ରହଣ କରିବା ସମୟକୁ ୩ମାସ ପାଇଁ ସ୍ଥଗିତ ରଖିଛି କମ୍ପାନୀ। ହ୍ୱାଟ୍ସଆପ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଥିଲା ଯେ, ଫେବୃୟାରୀ ୮ତାରିଖରେ କୌଣସି ହ୍ୱାଟ୍ସଆପ୍ ଆକାଉଣ୍ଟ ଡ଼ିଲିଟ କରିବାକୁ ପଡିବ ନାହିଁ। ହ୍ୱାଟ୍ସଆପରେ ଗୋପନୀୟତା ଏବଂ ସୁରକ୍ଷା କିଭଳି କାମ କରୁଛି ସେ ନେଇ ସୂଚନା ଦେବା ଲାଗି ଆଗକୁ ଆହୁରୀ ଅଧିକ କାମ ଚାଲିଛି। ଆସନ୍ତା ମେ’ ୧୫ରେ ନୂଆ ଅପଡେଟ ଅପସନ ଉପଲବ୍ଧ ହେବା ପୂର୍ବରୁ ଲୋକଙ୍କ ମଧ୍ୟରେ ଥିବା ଭ୍ରମ ଦୂର ହୋଇଯିବ। ନୂଆ ପ୍ରାଇଭେସୀ ଟର୍ମ ଓ ପଲିସିକୁ ଆକସେପ୍ଟ ବା ଗ୍ରହଣ କରିବାକୁ ବ୍ୟବହାରକାରୀଙ୍କୁ ଫେବୃୟାରୀ ୮ ତାରିଖ ଯାଏଁ ଦିଆଯାଇଥିବା ସମୟ ଅବଧିକୁ ବଢାଇଛି କମ୍ପାନୀ।

Comments are closed.