Odisha Link
Bridging the Missing Links in Odisha

ରାଜଧାନୀରୁ ୧୦୨ ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ବର: ରାଜଧାନୀରୁ ୧୦୨ ଗ୍ରାମ ବ୍ରାଉନସୁଗାର ଜବତ। କମିସନରେଟ୍ ପୁଲିସର ସହାୟତାରେ ଏସଟିଏଫ୍ ୧୦୨ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛି। ଏହି ମାମଲାରେ ପୁଲିସ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଗତକାଲି ଭୁବନେଶ୍ୱରର ୟୁନିଟ୍ -୮ ଅଞ୍ଚଳରେ ଥିବା ନାରାୟଣ ବସ୍ତିରେ ଏସଟିଏଫ୍ ଚଢାଉ କରି ୧୦୨ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଥିଲା। ଏହି ମାମଲାରେ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଅପରାଧ ସାମଗ୍ରୀ ଏବଂ ନଗଦ ୧୨୫୮୦ ଟଙ୍କା ଜବତ କରାଯାଇଛି। କ୍ୟାପିଟାଲ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ଏହାଛଡ଼ା ଏନଡିପିଏସ୍ ଆକ୍ଟ ୧୯୮୫ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।

Comments are closed.