Odisha Link
Bridging the Missing Links in Odisha

କେନ୍ଦ୍ରକୁ ଚିଠି ଲେଖିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କାହିଁକି ଜାଣନ୍ତୁ…

ଭୁବନେଶ୍ୱର: କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବ‌ଣ୍ଟନ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ। ଧାନ କିଣାରେ ସବ୍‌ସିଡି ଟଙ୍କା ବକେୟା ପଡ଼ିଥିବା ନେଇ କହିଲେ ମନ୍ତ୍ରୀ।

ଏହା ସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍‌ ସଙ୍କଟ ବେଳେ କୃଷିକ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ମହାମାରୀ ସମୟରେ ବି ରାଜ୍ୟରେ ଧାନ କିଣା ଜାରି ରହିଥିଲା। ସବୁ ପ୍ରକାର ସ୍ୱଚ୍ଛତା ବଜାୟ ରଖି ଧାନ କିଣିଥିଲେ ସରକାର। ଦୂର ଦୂରାନ୍ତରର ଚାଷୀଙ୍କୁ ଏମ୍‌ଏସ୍‌ପି ଅର୍ଥ ପ୍ରଦାନ କରାଯାଇଛି। ରାଜ୍ୟରେ ଏବେ ପୂରା ଦମ୍‌ରେ ଖରିଫ୍‌ ଧାନ କ୍ରୟ ଚାଲିଥିବା କହିଛନ୍ତି ମନ୍ତ୍ରୀ। ସରକାରଙ୍କୁ ଧାନ ବିକିବାକୁ ଅଧିକରୁ ଅଧିକ ଚାଷୀ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାଅର୍ଥ ଏମ୍‌ଏସ୍‌ପି ଯୋଗୁଁ ଚାଷୀ ଉପକୃତ ମଧ୍ୟ ହେଉଛନ୍ତି।

ତେବେ ଏହି ପ୍ରକ୍ରିୟା ମଧ୍ୟରେ ୨ଟି ସମସ୍ୟା ଦେଖାଦେଇଛି। ଏହା ସମସ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ୱାଇଁ। ସେ ଲେଖିଛନ୍ତି ଏମ୍‌ଏସ୍‌ପି ପ୍ରଦାନ ପାଇଁ ୧୫ ହଜାର କୋଟି ଟଙ୍କାର ଋଣ କରାଯାଇଛି। ଓଏସ୍‌ ସିଏସ୍‌ସି ଏହି ଟଙ୍କା ଋଣ କରିଛି। ସବ୍‌ସିଡି ଅର୍ଥ ପ୍ରଦାନ କରାଯାଇନଥିବାରୁ ଏହି ଋଣ କରାଯାଇଛି। ଏଯାଏଁ ୬ ହଜାର ୩୯ କୋଟିର ସବସିଡି ବକେୟା ପଡ଼ିଛି। ଉଷୁନା ଚାଉଳ ଉଠାଣକୁ ନେଇ ସମସ୍ୟା ଦେଖାଦେଇଛି। ବଳକା ଉଷୁନା ଚାଉଳ ଉଠାଣ ହ୍ରାସ ପାଇଁ କହିଛି ଏଫ୍‌ସିଆଇ। ଏହା ଦ୍ୱାରା ରାଜ୍ୟ ଉପରେ ଅଧିକ ବୋଝ ପଡ଼ିବ। ଏଣୁ ଏହି ଦୁଇ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

Comments are closed.