Odisha Link
Bridging the Missing Links in Odisha

ପେଟ୍ ସିଟି ସ୍କାନ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର: ହାଇକୋର୍ଟ

କଟକ: ଏଣିକି କ୍ୟାନସର ରୋଗୀମାନଙ୍କର ପେଟ୍ ସିଟି ସ୍କାନର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ପୂର୍ବରୁ ପେଟ୍ ସିଟି ସ୍କାନ ବାବଦରେ ରୋଗୀଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା। ଜଣେ କ୍ୟାନସର ରୋଗୀ ହାଇକୋର୍ଟରେ ଏହି ସମସ୍ୟା ନେଇ ଏକ ମାମଲା ଦାୟର କରିଥିଲେ। ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସମସ୍ତ ଖର୍ଚ୍ଚ ବହନ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲିଠାରୁ ସମସ୍ତ ସିଟି ସ୍କାନର ଖର୍ଚ୍ଚ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିବ।

ସୂଚନାଯୋଗ୍ୟ, କଟକ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ପେଟ୍ ସିଟି ସ୍କାନ ମେସିନ ନଥିବାରୁ ରୋଗୀମାନେ ଅନ୍ୟତ୍ର ଯାଇ ଖର୍ଚ୍ଚାନ୍ତ ହେଉଥିଲେ। ତେଣୁ ଏହି ସମସ୍ୟା ନେଇ ଜଣେ କ୍ୟାନସର ରୋଗୀଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା। ତେବେ ହସ୍ପିଟାଲରେ ମେସିନ ଥାଉ ବା ନଥାଉ, ସିଟି ସ୍କାନର ଆବଶ୍ୟକତା ପଡ଼ିଲେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.