Odisha Link
Bridging the Missing Links in Odisha

ଜାନୁଆରୀ ୨୨ରେ ପୁଣି ବସିବ ସରକାର ଓ କୃଷି ସଙ୍ଗଠନ ବୈଠକ

ନୂଆଦିଲ୍ଲୀ: ପୁଣି ଜାନୁଆରୀ ୨୨ରେ କୃଷି ଆଇନ ବିଷୟରେ ସରକାରଙ୍କ ସହ ଆଲୋଚନା କରିବେ ଚାଷୀ। ସରକାର ଦେଢ ବର୍ଷ ପର୍ଯ୍ୟନ୍ତ କୃଷି ଆଇନ୍‌ ରୋକିବାକୁ ପ୍ରସ୍ତାବ ଦେଇଛନ୍ତି। କୃଷକ ସଂଗଠନ ସରକାରଙ୍କ ଏହି ପ୍ରସ୍ତାବ ଉପରେ ବିଚାର କରିବା ପାଇଁ କାଲି ପର୍ଯ୍ୟନ୍ତ ସମୟ ମାଗିଛନ୍ତି।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, କୃଷକ ସଂଗଠନ ସହିତ ଆଜିର ଆଲୋଚନା ବହୁତ ସକରାତ୍ମକ ରହିଛି। ଆଲୋଚନା ବେଳେ ଆମେ କୃଷି ଆଇନ୍‌କୁ ଦେଢ ବର୍ଷ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତୁତ ଥିବା କହିଛୁ।

ମୁଁ ଖୁସି ଯେ କୃଷକ ସଂଗଠନ ଏହି ପ୍ରସ୍ତାବକୁ ଗୁରୁତର ସହ ଗ୍ରହଣ କରିଛନ୍ତି। ଏହା ଉପରେ ଜାନୁଆରୀ ୨୨ରେ ନିଜର ନିଷ୍ପତ୍ତି ନେବେ। ତୋମାର କହିଛନ୍ତି ଆଲୋଚନା ସଠିକ୍ ଦିଗରେ ଆଗକୁ ବଢୁଛି। ବୈଠକ ସମୟରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସେ କହିଛନ୍ତି।

ତେବେ ପରବର୍ତ୍ତୀ ବୈଠକ ଜାନୁଆରୀ ୨୨ଅପରାହ୍ନ ୨ଟାରେ ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ବୈଠକ ପରେ କୃଷକ ସଂଗଠନର ନେତା କହିଛନ୍ତି ଦୁଇ ପକ୍ଷଙ୍କ ସହମତିରେ ଏକ ନିଶ୍ଚିତ ସମୟ ପାଇଁ କୃଷି ଆଇନ୍‌କୁ ନିଲମ୍ବିତ କରିବା ଏବଂ ଏକ କମିଟି ଗଠନ ପାଇଁ ଉଚ୍ଚତମ ନ୍ୟାୟାଳୟରେ ସତ୍ୟପାଠ ଦାୟର କରିବାକୁ ପ୍ରସ୍ତାବ ଦିଆଯାଇଛି।

Comments are closed.