Odisha Link
Bridging the Missing Links in Odisha

ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ

ୱାଶିଂଟନ: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ବାଇଡେନ। ବାଇଡେନକୁ ଶପଥ କରାଇଲେ ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି। ସେହିପରି ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ। କମଲା ହାରିସ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ଶପଥ ପାଠ ଉତ୍ସବରେ ଆମେରିକା ବାସୀଙ୍କୁ ସମ୍ବୋଧନ କରିଛନ୍ତି ଜୋ ବାଇଡେନ।

ଏନେଇ ବାଇଡେନ କହିଛନ୍ତି, ଆମେରିକା ଇତିହାସରେ ନୂଆ ଦିନ ଆରମ୍ଭ ହୋଇଛି। ଏହା ଲୋକତନ୍ତ୍ରର ବିଜୟ। ଦେଶ ସଙ୍କଟ ସମୟ ଦେଇ ଗତି କରୁଛି। ଏହି ସମୟରେ ସମସ୍ତଙ୍କୁ ନେଇ ମୁଁ ଆଗକୁ ଯିବି। ଦେଶର ଅର୍ଥନୀତିକୁ ସୁଧାରିବାକୁ କାମ କରିବି। ଦେଶର ସେନା ଶସକ୍ତ। ସବୁ ସମୟରେ ଆମେ ପ୍ରସ୍ତୁତ ରହିବୁ। ଏହି ସମାରୋହରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇ ଥିଲା।

ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଇଡେନ ଏବଂ କମଳା ହାରିସ୍ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ଆମେରିକାର ଉଦଘାଟନୀ ପରମ୍ପରାକୁ ସମ୍ମାନ ଦେବା ସହ ଲୋକମାନଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ଅଫିସ୍ ୱେବସାଇଟ୍ ବାଇଡେନଇନଆଗୁରାଲ ଡଟ୍ କମରେ କୁହାଯାଇଥିଲା।

Comments are closed.