Odisha Link
Bridging the Missing Links in Odisha

ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ

ୱାସିଂଟନ: ଆମେରିକାର ଉପରାଷ୍ଟ୍ରପତି ଭାବେ କମଲା ହାରିସ ଶପଥ ଗ୍ରହଣ କରିଛନ୍ତି । ୪୯ତମ ଉପରାଷ୍ଟ୍ରପତି ଭାବେ ନେଲେ ଶପଥ। ଭାରତୀୟ ବଂଶୋଦ୍ଭବ ହେଉଛନ୍ତି କମଲା ହାରିସ। କମଲା ହାରିସ ହେଲେ ଆମେରିକାର ପ୍ରଥମ ମହିଳା ଉପ ରାଷ୍ଟ୍ରପତି। ଆଉ କିଛି ସମୟ ପରେ ଶପଥ ନେବେ ଜୋ ବାଇଡେନ। ଏନେଇ ସଜେଇ ହୋଇଛି କ୍ୟାପିଟାଲ।

ଏହାସହ ୱାସିଂଟନ ଡିସିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଇଡେନ ଏବଂ କମଳା ହାରିସ୍ ଶପଥ ଗ୍ରହଣ କରୁଛନ୍ତି। ଏହି ସମୟରେ ଆମେରିକାର ଉଦଘାଟନୀ ପରମ୍ପରାକୁ ସମ୍ମାନ ଦେବା ସହ ଲୋକମାନଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି।

Comments are closed.