Odisha Link
Bridging the Missing Links in Odisha

ସମ୍ବଲପୁରରେ ଚାଷୀ ଆନ୍ଦୋଳନ ଘଟଣା: ୭୨ ଘଣ୍ଟା ମହଲତ ଦେଲା ବିଜେପି

ସମ୍ବଲପୁର: ଉତ୍ତରାଞ୍ଚଳ ଆରଡ଼ିସିଙ୍କ ସହ ବିଜେପି ପ୍ରତିନିଧି ଦଳର ଆଲୋଚନା ଆଲୋଚନା କରିଛି। ଏନେଇ ଆଲୋଚନା ପରେ ବରଗଡ଼ ସାଂସଦ ସୁରେଶ ପୁଜାରୀଙ୍କ ସୁଚନା ଦେଇ କହିଛନ୍ତି ଯେ, ଧାନ ସଂଗ୍ରହ ସମସ୍ୟାକୁ ଆମେ ୨ ଭାଗରେ ବିଭକ୍ତ କରିଦେଇଛୁ। କିଛି ସମସ୍ୟା ଆରଡ଼ିସି ସମାଧାନ କରିପାରିବେ, ଆଉ କିଛି ସରକାର। ତାଙ୍କ ସ୍ତରରେ ଥିବା କାର୍ଯ୍ୟ ସମାଧାନ ନେଇ ଆରଡ଼ିସି ପ୍ରତିଶ୍ରୁତୀ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସ୍ତରରେ ଥିବା ସମସ୍ୟା ନେଇ ଆରଡ଼ିସି ଜଣାଇଛନ୍ତି। ଆରଡ଼ିସି ଜଣାଇଥିଲେ ବି ରାଜ୍ୟ ସରକାରଙ୍କ ଠାରୁ କିଛି ସୁଚନା ମିଳିନି। ସମସ୍ୟା ସମାଧାନ ପାଇଁ ଆମେ ସରକାରଙ୍କୁ ୭୨ ଘଣ୍ଟା ସମୟ ଦେଇଛୁ। ଆଲୋଚନା ସକରାତ୍ମକ ଥିବା ବୋଲି କହିଲେ ସାଂସଦ ସୁରେଶ ପୁଜାରୀ।

ପ୍ରକାଶ ଯେ, ସମ୍ବଲପୁରରେ ବିଜେପିର ବିକ୍ଷୋଭ ଓ ଥାନାରେ ବସି ରହିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ମଣ୍ଡି ସମସ୍ୟାକୁ ନେଇ ଆରଡିସି କାର୍ଯ୍ୟାଳୟରେ ଆଲୋଚନା କରୁଛନ୍ତି ବିଜେପି ନେତା। ବରିଷ୍ଠ ବିଜେପି ନେତା କେଭି ସିଂ ଦେଓ ଏବଂ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଆଲୋଚନା କରୁଛନ୍ତି ୯ ଜଣିଆ ପ୍ରତିନିଧି ଦଳ। ଗତକାଲିଠୁ ସମ୍ବଲପୁର ଟାଉନ ଥାନାରେ ଡେରା ପକାଇଥିଲେ ବିଜେପି ନେତା।

ମଣ୍ଡିରେ ଧାନ ଉଠାଣ ସମସ୍ୟାକୁ ନେଇ ଆଜି ଟାଉନ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରି ବିଜେପି ନେତା ଠେଲାପେଲା କରିଥିଲେ। ବିଜେପି ସଭାପତି ଓ ବିରୋଧୀ ଦଳ ନେତାଙ୍କୁ ଗତକାଲି ଅପରାହ୍ନରୁ ଛାଡି ଦେଇଛି ପୁଲିସ। ତଥାପି ଦଳର ନେତାମାନେ ମଣ୍ଡିରେ ଧାନ ଉଠାଇବା ଦାବିରେ ଅଡି ବସିଥିଲେ। ଏବେ ଆରଡିସିଙ୍କ ସହ ଆଲୋଚନା କରିବା ପରେ କଣ ନିଷ୍କର୍ସ ବାହାରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି।

Comments are closed.