Odisha Link
Bridging the Missing Links in Odisha

ଫେସବୁକ୍‌ ଡାଟା ଲିକ୍, ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଫେସବୁକ୍‌ର ଡାଟା ଲିକ୍ ଘଟଣାରେ ମାମଲା ରୁଜୁ କରିଛି ସିବିଆଇ। ବ୍ରିଟେନର କନସଲଟିଂ ଫାର୍ମ କେମ୍ବ୍ରିଜ ଆନାଲିଟିକା ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ଲୋକଙ୍କ ବିନା ଅନୁମତିରେ ଫେସବୁକରୁ ସେମାନଙ୍କ ତଥ୍ୟ ସଂଗ୍ରହ କରି ଏହି ସଂସ୍ଥା ବିକ୍ରି କରିଥିଲା। ସାରା ବିଶ୍ୱରେ ପ୍ରାୟ ୫ କୋଟି ଲୋକଙ୍କର ଡାଟାକୁ କେମ୍ବ୍ରିଜ ଆନାଲିଟିକା ବିକି କରିଥିବା ନେଇ ୨୦୧୮ ମାର୍ଚ୍ଚରେ ଅଭିଯୋଗ ଆସିଥିଲା।

ଯେଉଁମାନଙ୍କର ଡାଟାକୁ ବିକ୍ରି କରାଯାଇଥିଲା, ସେମାନଙ୍କ ମଧ୍ୟରେ ୫ ଲକ୍ଷ ୬୨ ହଜାର ଭାରତୀୟ ମଧ୍ୟ ଥିଲେ। ୨୦୧୮ରେ ସେତେବେଳର ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ସିବିଆଇ ତଦନ୍ତ କରାଯିବ ବୋଲି କହିଥିଲେ। କେମ୍ବ୍ରିଜ ଆନାଲିଟିକା ସହିତ ଆଉ ଏକ ସଂସ୍ଥା ଗ୍ଲୋବାଲ ସାଇନ୍ସ ରିସର୍ଚ୍ଚ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି।

ଫେସବୁକ ମୁତାବକ, ବିନା ଅନୁମତିରେ ଗ୍ଲୋବାଲ ସାଇନ୍ସ ଲୋକଙ୍କର ତଥ୍ୟ ସଂଗ୍ରହ କରିଥିଲା। ଏହା ସହିତ କେମ୍ବ୍ରିଜ ଆନାଲିଟିକା ହାତ ମିଳାଇଥିଲା। ନିର୍ବାଚନକୁ ପ୍ରଭାବିତ କରିବାକୁ ଏହି ଡାଟା ମଧ୍ୟ ବ୍ୟବହାର କରାଯାଇଥିଲା।

Comments are closed.