Odisha Link
Bridging the Missing Links in Odisha

ଏହି ସମୟରେ କରନ୍ତୁ ନାହିଁ UPI ପେମେଣ୍ଟ, ନଚେତ୍…

ନୂଆଦିଲ୍ଲୀ: ଯଦି ଆପଣ ୟୁପିଆଇରୁ ଅନଲାଇନ୍ ପେମେଣ୍ଟ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଅତି ଜରୁରୀ ସୂଚନା। ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ଲୋକଙ୍କ ପାଇଁ ୟୁପିଆଇ ପେମେଣ୍ଟକୁ ନେଇ ବଡ ଆଲର୍ଟ ଜାରି କରିଛି। ଆଲର୍ଟ ମୁତାବକ, ରାତି ୧ଟାରୁ ୩ଟା ମଧ୍ୟରେ କିଛି ଦିନ ପାଇଁ ୟୁପିଆଇ ପେମେଣ୍ଟ କରନ୍ତୁନାହିଁ।

ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ(NPCI) କହିଛି ଯେ, ୟୁପିଆଇ ସେବାକୁ ଆଗାମୀ କିଛି ଦିନ ପାଇଁ ଅପଗ୍ରେଡ୍ ପ୍ରକ୍ରିୟା ମଧ୍ୟରେ ଗତି କରିବ। ଏହି ସମୟରେ ଲୋକଙ୍କୁ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିବ। ରାତି ୧ଟାରୁ ୩ଟା ମଧ୍ୟରେ ୟୁଜର୍ସଙ୍କୁ ୟୁପିଆଇ ପୈଠରେ ସମସ୍ୟା ଆସିପାରେ। ତେବେ କେତେ ଦିନ ଏହି ପ୍ରକ୍ରିୟା ଚାଲିବ ସେନେଇ NPCI କିଛି ସୂଚନା ଦେଇନାହିଁ।

NPCI ଟ୍ୱିଟ୍ କରି ଏହି ସୂଚନା ଦେଇଛି। ସେ କହିଛି ଯେ, ଆପଣଙ୍କ ପେମେଣ୍ଟ ଅନୁଭବକୁ ଅଧିକ ସୁରକ୍ଷିତ ଓ ଉତ୍ତମ କରିବା ପାଇଁ ଆମେ ନିଜ ୟୁପିଆଇ ପ୍ଲାଟଫର୍ମକୁ ଅପଗ୍ରେଡ୍ କରୁଛୁ। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ୟୁପିଆଇ ୟୁଜର୍ସଙ୍କୁ ରାତି ୧ଟାରୁ ୩ଟା ମଧ୍ୟରେ ପୈଠରେ ଅସୁବିଧା ଆସିପାରେ। ସାଇବର ବିପଦରୁ ୟୁଜର୍ସଙ୍କୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

Comments are closed.