Odisha Link
Bridging the Missing Links in Odisha

ବାହାରିଲାନି ନିଷ୍କର୍ଷ: ୨୬ରେ ଟ୍ରାକ୍ଟର ରାଲି କରିବେ କୃଷକ

ନୂଆଦିଲ୍ଲୀ: ଚାଷୀ ସଂଗଠନ ଓ କେନ୍ଦ୍ର ସରକାର ମଧ‌୍ୟରେ ଏକଦଶ ରାଉଣ୍ଡ ବୈଠକ ଶେଷ ହୋଇଛି। ଏହି ବୈଠକରେ ଆଇନ ଦେଢ଼ ବର୍ଷ ପାଇଁ ସ୍ଥଗିତ ଉପରେ ଆଲୋଚନା ପ୍ରସ୍ତାବ ଦେଲା କେନ୍ଦ୍ର। ସ୍ଥଗିତ ସଂପର୍କରେ ଆଲୋଚନା ପାଇଁ ମନା କରିଦେଲା ଚାଷୀ ସଂଗଠନ। ସମସ୍ତ ୩ କୃଷି ଆଇନ ପ୍ରତ୍ୟାହାର ଉପରେ ଅଡ଼ି ବସିଛି ଚାଷୀ ସଂଗଠନ। ବୈଠକରେ କିଛି ନିଷ୍କର୍ଷ ନବାହାରିବାରୁ ଟ୍ରାକ୍ଟର ଚାଲି କରିବାକୁ ନିଷ୍ପତ୍ତି ନେଇଛି କୃଷକ ସଂଗଠନ। ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ହେବ। ଏନେଇ ସୂଚନା ଦେଲେ ଚାଷୀ ସଂଗଠନର ନେତା। ଏହା ସଂଗଠନ ମୂଖ୍ୟ କହିଛନ୍ତି ଯେ, ଆନ୍ଦୋଳନ ଚାଲୁ ରହିବ ବୋଲି ଚାଷୀ ସଂଗଠନ ନେତା ଏସ୍‌ ଏସ୍‌ ପାନ୍ଧେର କହିଛନ୍ତି।

ସେପଟେ ଚାଷୀମାନେ ଚାହିଁଲେ କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ଦେଢ ବର୍ଷ ପାଇଁ ରୋକ୍ ଲଗାଇପାରିବେ। ଏହାରି ଭିତରେ ଚାଷୀମାନେ ନିଜର ନିଷ୍ପତ୍ତି ଜଣାଇବାକୁ କୁହାଯାଇଥିଲା। ଚାଷୀମାନେ କିନ୍ତୁ କେନ୍ଦ୍ର ସରକାରଙ୍କ ଏହି କଥାରେ ରାଜି ହୋଇନାହାନ୍ତି। ନୂଆ କୃଷି ଆଇନର ଉଚ୍ଛେଦ ହିଁ ସେମାନଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ଚାଷୀ ନେତାମାନେ କହିଛନ୍ତି।

Comments are closed.