Odisha Link
Bridging the Missing Links in Odisha

ବୋହୂକୁ ନିର୍ଯାତନା ସହ ଶ୍ବଶୁରଙ୍କର ଦୁଷ୍କର୍ମ ଉଦ୍ୟମ

କଟକ: ମହିଳାଙ୍କୁ ନିର୍ଯାତନା ସହ ଶ୍ବଶୁରଙ୍କ ଦୁଷ୍କର୍ମ ଉଦ୍ୟମ। ଛୁଆ ନ ହେବା କାରଣରୁ ଶାଶୁଘର ଲୋକେ ନିର୍ଯାତନା ଦେବା ସହ ଶ୍ବଶୁର ଦୁଷ୍କର୍ମ ଉଦ୍ୟମ କରିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ବୋହୂ। ଏଭଳି ଏକ ଘୃଣ୍ୟ ଓ ଲଜ୍ଜାକର ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ ଇଟାମୁଣ୍ତଳି ଗ୍ରାମରେ।

ସୂଚନାଯୋଗ୍ୟ, ଇଟାମୁଣ୍ତଳି ଗ୍ରାମର ଚୌଧୁରୀ ମହେନ୍ଦ୍ର ଦାସ ନିଜ ବୋହୂ ସ୍ବର୍ଣ୍ଣଲତା ସାହୁଙ୍କୁ ଦୀର୍ଘଦିନ ହେବ ପିଲାଛୁଆ ନ ହେବା କାରଣରୁ ଶାରୀରିକ, ମାନସିକ ଯନ୍ତ୍ରଣା ଦେଇ ଆସୁଥିଲେ। ଆଜି ଶ୍ବଶୁର ବୋହୂ ସ୍ବର୍ଣ୍ଣଲତାଙ୍କୁ ପାଖକୁ ଡ଼କାଇ ଏକ ଘରେ ପୁରାଇ ଜୋର ଜବରଦସ୍ତି ମାଡ଼ମାରି ଦୁଷ୍କର୍ମ ଉଦ୍ୟମ କରିଛନ୍ତି।

ନିଜକୁ ବଞ୍ଚାଇବାକୁ ଯାଇ ଜୋ‌ରରେ ପାଟି କରିବାରୁ ଘଟଣାସ୍ଥଳରେ ତାଙ୍କ ସ୍ବାମୀ ସାରଦା ପ୍ରସାଦ ପହଞ୍ଚିଥିଲେ। ପରେ ଶ୍ବଶୁର ଉଭୟ ପୁଅ ବୋହୂଙ୍କୁ ମାଡ଼ ମାରିଥିଲେ ବୋଲି ଥାନାରେ ଅଭିଯୋଗ କରିବା ସହ ନ୍ୟ‌ାୟ ନ ମିଳିଲେ ଉଭୟ ସ୍ବାମୀ ସ୍ତ୍ରୀ ଆତ୍ମାହୁତି ଦେବେ ବୋଲି ଚେତାବନୀ‌ ଦେଇଛନ୍ତି।

Comments are closed.