Odisha Link
Bridging the Missing Links in Odisha

ମୋଦିଙ୍କୁ ଟାର୍ଗେଟ କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ରାହୁଲ

ଚେନ୍ନାଇ: ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାମିଲନାଡୁରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଆସନ୍ତା ମେ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ କୋଏମ୍ବାଟୁରରେ ଆଜି ରୋଡ଼ ଶୋ କରି ପ୍ରଚାରର ଶୁଭାରମ୍ଭ କରିଛନ୍ତି ରାହୁଲ। ଏହି ଅବସରରେ ସେ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ଏହା ସହିତ ରାହୁଲ କହିଛନ୍ତି ଯେ, ଦେଶର ଯୁବକଙ୍କୁ ଚାକିରି ଦିଆଯାଇ ପାରୁନାହିଁ। ଅର୍ଥବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁୁଡି ପଡ଼ିଛି। ଦେଶର ବ୍ୟାଙ୍କିଙ୍ଗ ସିଷ୍ଟମ ଉପରେ ୧୦ରୁ ୧୫ ଜଣ ଉଦ୍ୟୋଗପତି କବଜା କରିଛନ୍ତି। ଅର୍ଥ ବ୍ୟବସ୍ଥାର ବିକାଶ ପାଇଁ ସମନ୍ୱୟ ଜରୁରୀ। ହେଲେ ମୋଦି ସରକାର ସବୁଠାରେ ଅସମାନତା ବଢ଼ାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନରେ ତାମିଲ ଲୋକଙ୍କ ପାଇଁ ସଂସ୍କୃତି ଓ ଭାଷା ପାଇଁ କୌଣସି ସମ୍ମାନ ନାହିଁ।

Comments are closed.