Odisha Link
Bridging the Missing Links in Odisha

ବଡ଼ଦାଣ୍ଡରୁ ହଟିଲା ବ୍ୟାରିକେଡ଼

ପୁରୀ: ଭକ୍ତଙ୍କ ଦାବି ପରେ ପୁରୀ ବଡ଼ଦାଣ୍ଡରୁ ହଟିଲା ବ୍ୟାରିକେଡ଼। ଏଣିକା ଜଗାକୁ ଦେଖିବାକୁ ଆଉ ଭକ୍ତକୁ ବେଶି ବାଟ ଚାଲିବାକୁ ପଡ଼ିବନାହିଁ। ମ୍ୟାର୍କେଟ ଛକ ବଦଳରେ ମରିଚକୋଟରୁ ଶ୍ରୀମନ୍ଦିର ଯାଏ ରହିବ ବ୍ୟାରିକେଡ଼। ବିନା କୋଭିଡ଼ ରିପୋର୍ଟରେ ଜଗା ଦର୍ଶନ ଆରମ୍ଭ ହେବା ପରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା।

ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ଼ କରାଯାଇଥିଲା। ଫଳରେ ଭକ୍ତଙ୍କୁ ୨ କିଲୋମିଟର ରାସ୍ତା ଚାଲିଚାଲି ଯିବାକୁ ପଡୁଥିଲା। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଅନେକ ବାଟ ଚାଲିବାକୁ ପଡ଼ୁଥିବାରୁ ବରିଷ୍ଠ ନାଗରିକ ମାନେ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ମରିଚକୋଟରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ଼ ରହିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।

Comments are closed.