Odisha Link
Bridging the Missing Links in Odisha

୨ ଦିନ ଯାଏଁ ଘନ କୁହୁଡ଼ି ଓ୍ବାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ଦୁଇଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ପରିଲକ୍ଷିତ ହେବ। ଘନ କୁହୁଡ଼ି ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ତେଣୁ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦିଆଯାଇଛି।

ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନ ସହ ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କୋରାପୁଟ, ମାଲକାନଗିରି, କନ୍ଧମାଳ ଆଦି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଥଣ୍ଡା ହ୍ରାସ ପାଇବ। ଆସନ୍ତା ୩-୪ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସହ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ବଢ଼ିବ। ଫୁଲବାଣୀର ତାପମାତ୍ରା ୬.୫, ଦାରିଙ୍ଗବାଡ଼ି ୮, ଝାରସୁଗୁଡ଼ା ୯.୬, କେନ୍ଦୁଝର ୧୦.୨, ବଲାଙ୍ଗିର ୧୦.୪, ସୋନପୁର ୧୦.୬ ଡିଗ୍ରୀ ତାପମାତ୍ରା ରହିଥିଲା।

Comments are closed.