Odisha Link
Bridging the Missing Links in Odisha

ଆତଙ୍କବାଦୀ ଆକ୍ରମଣ ଆଶଂକା, ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଚଳିତ ବର୍ଷ ଜାନୁୟାରୀ ୨୬ରେ ଦିଲ୍ଲୀ, ବୋଧଗୟା ଓ ଅଯୋଦ୍ଧାରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ନେଇ ସୂଚନା ମିଳିଛି। ଏ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ କରାଯିବା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ରାଜଧାନୀରେ ପୋଲିସ ଫୋର୍ସ ସମେତ ଯବାନଙ୍କୁ ମୁତୟନ କରାଯାଇଛି। ଏଥିସହ ସୁରକ୍ଷା ଦୃଷ୍ଟିରୁ ଜାନୁଆରୀ ୨୫ ରୁ ୨୬ ତାରିଖ ଦିନ ୨ଟା ଯାଏ ଦିଲ୍ଲୀରେ ମେଟ୍ରୋ ସେବା ମଧ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି।

ଗୁଇନ୍ଦା ବିଭାଗ ରିପୋର୍ଟ ମୁତାବକ, ଗଣତନ୍ତ୍ର ଦିବସରେ ଖଲିସ୍ତାନୀ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଛି। ଏହାପରେ ରାଜଧାନୀ ଦିଲ୍ଲୀ ସମେତ ଅଯୋଦ୍ଧା ଓ ବୋଧଗୟାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ପ୍ରତ୍ୟେକ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯିବା ସହ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ବି ନଜର ରଖାଯାଇଛି।

Comments are closed.