ସ୍କୁଲ ପିଲାଙ୍କୁ ମିସ୍ କରୁଛୁ: ଡିଜିପି

ଭୁବନେଶ୍ବର: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଭାଗ ନେବେ ୧୪ କଣ୍ଟିଜେଣ୍ଟ । ଏନେଇ ପରେଡ଼୍ ଶେଷ ରିହରସଲ ଦେଖିବା ପରେ ସୂଚନା ଦେଲେ ଡିଜିପି। ଏହା ସହିତ ଡିଜିପି କହିଛନ୍ତି ଯେ, ଏଥର ପରେଡ଼ରେ ଆମେ ସ୍କୁଲ ପିଲାମାନଙ୍କୁ ମିସ୍ କରିବୁ। ସୁରକ୍ଷା ଦୃଷ୍ଟିରୁ ପିଲାମାନଙ୍କୁ ଅନୁମତି ନ ଥିଲେ ବି ଆମ ସହ ରହିଛନ୍ତି। ପରେଡ଼୍ ବେଳେ ସୁରକ୍ଷା ନେଇ ୨୫ ପ୍ଲାଟୁନ ପୋଲିସ ମୁତୟନ ରହିବେ। ମାଓବାଦୀଙ୍କୁ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ଡିଜିପି ଅଭୟ। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନା ନାହିଁ ବୋଲି କହିଛନ୍ତି ଡିଜିପି।
ଅନ୍ୟପଟେ ସାଧାରଣତନ୍ତ୍ର ଦିବସ ପାଇଁ ଆଜିଠାରୁ ଫୁଲ୍ ଡ୍ରେସରେ ପରେଡ଼୍ ଅଭ୍ୟାସ ଜାରି ରହିଛି। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରେଡସ୍ଥଳ ଗାନ୍ଧୀମାର୍ଗର ସୁରକ୍ଷା ଏବେଠାରୁ ବଢ଼ାଇ ଦିଆଯାଇଛି।
ପରେଡ୍ ସ୍ଥଳରେ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହେବେ। ଏହା ସହିତ କାଉଣ୍ଟର ଟେରରିଷ୍ଟ ସ୍କ୍ୱାଡ୍, ସ୍ପେସାଲ ଟେକ୍ଟିକାଲ ୟୁନିଟ୍, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୁଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫଟପ ସିକ୍ୟୁରିଟି, ସାର୍ପ ସୁଟର୍ ମୁତୟନ ରହିବେ। ପରେଡ଼ ସ୍ଥଳରେ ଚାରିପଟ ଓ ଆଖପାଖ ଅଞ୍ଚଳ ସିସିଟିଭି ନିୟନ୍ତ୍ରଣରେ ରହିବ। ତେବେ ପରେଡସ୍ଥଳ ନିକଟରେ ସିସିଟିଭି ନିୟନ୍ତ୍ରଣ କକ୍ଷ ସ୍ଥାପନ ହେବ।
Comments are closed.