ଆଜିଠୁ ପୁଣି ଟିକାକରଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଆଜିଠୁ ପୁଣି ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଛି। ୨୧୬ଟି ସେସନରେ ୧୯ ହଜାର ୭୭୦ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଆସନ୍ତା ୧୦ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ସେକେଣ୍ଡ ଡୋଜ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ସେକେଣ୍ଡ ଡୋଜ ପାଇଁ ୧ ଲକ୍ଷ ୭୩ ହଜାର ୬୬ ଜଣ ବାକି ରହିଛନ୍ତି। ଏବେ ସୁଦ୍ଧା ୧ ଲକ୍ଷ ୭୭ ହଜାର ୯୦ ଜଣଙ୍କୁ ଟିକା ଦିଆଯାଇଛି । ଆଜି ଭୁବନେଶ୍ୱରରେ ୧୧ଟି ସ୍ଥାନ ୨ ହଜାର ୩୬୦ ଜଣଙ୍କୁ ଟିକାକରଣ କରାଯିବ।
ଟିକାରୁ ବଞ୍ଚିତ ହୋଇଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପର୍ଯ୍ୟାୟକ୍ରମେ ଡକାଯିବ। ଯେଉଁମାନେ ଖବର ପାଇବାପରେ ବି ଟିକା ନନେବେ ସେମାନଙ୍କୁ ଆଉ ସରକାରଙ୍କ ମାଗଣା ଟିକାକରଣ ଅଭିଯାନରେ ସାମିଲ କରାଯିବ ନାହିଁ।
ଏଯାଏଁ ମୋଟ ୧୯ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। ଗତ ୨୩ରେ ନୂଆପଡାରେ ଜଣେ ବ୍ୟକ୍ତି ଟିକା ନେବା ପରେ ରକ୍ତବାନ୍ତି କରିଥିଲେ। ବୁର୍ଲା ହସ୍ପିଟାଲରେ ତାଙ୍କ ବ୍ରେନ ହାମରେଜରେ ମୃତ୍ୟୁ ହୋଇଥିଲା। ତେବେ ଟିକାକରଣ ପାଇଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇନଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିଛି।
Comments are closed.