Odisha Link
Bridging the Missing Links in Odisha

୬ ରାଜ୍ୟରେ ନିର୍ବାଚନ ଲଢ଼ିବ ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବଡ ନିଷ୍ପତ୍ତି। ଏଥର ୬ଟି ରାଜ୍ୟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ଆମ୍ ଆଦମୀ ପାର୍ଟି। ଆପର ବସିଥିବା କାର୍ଯ୍ୟକାରିଣୀ ବୈଠକରେ ଏହି ବଡ ନିଷ୍ପତ୍ତି ନେଇଛନ୍ତି କେଜ୍ରିୱାଲ ସରକାର। ଆସନ୍ତା ୨ ବର୍ଷରେ ୬ଟି ବିଧାନସଭା ଆସନରେ ହେବାକୁ ଥିବା ନିର୍ବାଚନରେ ଆମ୍ ଆଦମି ପାର୍ଟି ତାର ପ୍ରାର୍ଥୀ ଦେବ।

ଏହି ୬ଟି ରାଜ୍ୟ ହୋଉଛି ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ, ଗୁଜୁରାଟ, ପଞ୍ଜାବ, ଗୋଆରେ ଆପ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି। କାର୍ଯ୍ୟକାରିଣୀ ବୈଠକରେ କେଜ୍ରିୱାଲ କହିଛନ୍ତି, ଆଜିକାଲି ଦେଶର କୃଷକ ବହୁତ ଦୁଃଖରେ ଜୀବନ କାଟୁଛନ୍ତି। ଗତ ୨୫ ବର୍ଷ ଭିତରେ ପ୍ରାୟ ୩ଲକ୍ଷରୁ ଅଧିକ ଚାଷୀ ଆତ୍ମହତ୍ୟା କଲେଣି। ଆଉ ଗତ ଜାନୁଆରୀ ୨୬ ତାରିଖରେ ଯେଉଁ ହିଂସାକାଣ୍ଡ ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ।

ଏହି ହିଂସାକାଣ୍ଡରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ନଧରି କୃଷକଙ୍କ ଉପରେ ମାମଲା ରୁଜୁ କରାଯାଉଛି। କୃଷକଙ୍କ ଉପରେ ଅନ୍ୟାୟ କରାଯାଉଛି। ତେବେ କୃଷକ ଆନ୍ଦୋଳନ ଯେଉଁ ଯେଉଁ ତେଜିବାରେ ଲାଗିଛି। ସେହିଭଳି ଚାରିଆଡେ ମୋଦି ବିରୋଧୀ ନାରା ଶୁଣିବାକୁ ମିଳୁଛି। ଯଦି କୃଷି ଆଇନକୁ କେନ୍ଦ୍ର ପ୍ରତ୍ୟାହାର ନକରେ ତେବେ ୬ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପିକୁ କ୍ଷତି ପହଞ୍ଚି ପାରେ ବୋଲି ଆକଳନ କରାଯାଉଛି।

Comments are closed.