Odisha Link
Bridging the Missing Links in Odisha

ତିନି ବିଦ୍ୟାଳୟକୁ ପୋଷ୍ୟ କଲେ ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ଵର: ନିଜେ ପଢିଥିବା ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ସାଂସଦ, ବିଧାୟକ, ହାଇକୋର୍ଟର ବିଚାରପତିଙ୍କୁ ଚିଠି ଲେଖିଥିଲେ। ଏବେ ମନ୍ତ୍ରୀ, ବିଧାୟକ, ପ୍ରଶାସନିକ ଅଧିକାରୀ ନିଜ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ଆରମ୍ଭ କରିଛନ୍ତି।

ମନ୍ତ୍ରୀ ଅରୁଣ ସାହୁ ତିନି ବିଦ୍ୟାଳୟକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ନିଜ ସେସିଆଲ ମିଡିଆ ଜରିଆରେ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘ମୋ ସ୍କୁଲ’ ଅଭିଯାନରେ ମୁଁ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକର ମଧ୍ୟଖଣ୍ଡ ଉଚ୍ଚ ବିଦ୍ୟାଳୟ ଗଣିଆ ବ୍ଲକର କିଶୋର ଚନ୍ଦ୍ର ବିଦ୍ୟାପୀଠ ଓ ରାସଙ୍ଗ ପ୍ରାଥମିକ ବିଦ୍ୟାଳୟର ଦାୟିତ୍ବ ନେବାକୁ ଆଗ୍ରହ ପ୍ରକାଶ କରିଛି।

ଏହି କ୍ରମରେ ଜଷ୍ଟିସ ଅରଜିତ ପଶାୟତ କଟକର ରେଭେନ୍ସା କଲେଜିୟଟ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେହିପରି ଶକ୍ତି ମନ୍ତ୍ରୀ ତଥା ଏମଏସଏମଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କଳାହାଣ୍ଡିର ଜୁନାଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମହାଲିଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେହି ପରି ପ୍ରଣବ ପ୍ରକାଶ ଦାସ କୋରାପୁଟର ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ମୟୂରଭଞ୍ଜ ଜିଲ୍ଲାର ଏମକେସି ଉଚ୍ଚ ବିଦ୍ୟାଳୟ ଓ ଖୋର୍ଦ୍ଧାର ଭୁବନେଶ୍ଵର ଆଇଆରସି ଭିଲେଜ୍‌ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।

ଓଡିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଖୋର୍ଦ୍ଧା ଜିଲ୍ଲାର ବାଣୀବିହାର ୟୁନିଭର୍ସିଟି ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଆଦର୍ଶ ବିଦ୍ୟାଳୟର ପରାମର୍ଶଦାତା ବିଜୟ ସାହୁ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ଵର ସ୍ଥିତ ପଟିଆ ଶୈଳେନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ ଓ ଖୋର୍ଦ୍ଧାର ପଟିଆ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।

Comments are closed.