Odisha Link
Bridging the Missing Links in Odisha

୫ ଘଣ୍ଟା ବିଳମ୍ବରେ ସୁନାବେଶ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶରେ ବିଳମ୍ବ ହୋଇଛି। ମହାପ୍ରଭୁଙ୍କ ନୀତିକାନ୍ତି ୫ ଘଣ୍ଟା ଧରି ବିଳମ୍ବ ହୋଇଛି। ସିଂଘାରୀ ଓ ଅନ୍ୟ ସେବାୟତଙ୍କ ମଧ୍ୟରେ ବିବାଦ। ବିବାଦ ଯୋଗୁଁ ନୀତିକାନ୍ତିରେ ବିଳମ୍ବ ହୋଇଛି। ଏହାସହ ମହାପ୍ରଭୁଙ୍କୁ ଦର୍ଶନ ନକରି ଶ୍ରଦ୍ଧାଳୁମାନେ ଫେରିଯାଇଛନ୍ତି। ଆଜି ପୌଷପୁର୍ଣ୍ଣିମା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେଜ ପୁର୍ଣ୍ଣିମାନୀତି।

ଆଜି ମହାପ୍ରଭୁଙ୍କର ୩୯ଟି ନୀତି ରହିଥିବାରୁ ବିଭିନ୍ନ ସେବାୟତ ନିଯୋଗ ସହ ସମନ୍ୱୟ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ପୌଷପୁର୍ଣ୍ଣିମା ଅନ୍ୟତମ। ଆଜିର ଦିନରେ ମହାପ୍ରଭୁ ସୁନାବେଶ ବା ରାଜରାଜେଶ୍ୱର ବେଶ ବା ଅଭିଷେକ ବେଶରେ ଦର୍ଶନ ଦିଅନ୍ତି। ଆଜି ଶ୍ରୀମନ୍ଦିରରେ ଦେବାଭିଷେକ ପୂର୍ଣ୍ଣିମା ପାଳିତ ହୋଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ରିତିନୀତି କରାଯାଇଛି।

Comments are closed.