Odisha Link
Bridging the Missing Links in Odisha

ସିନେମା ‘ବଚନ ପାଣ୍ଡେ’ ଟିମ୍ ବିରୁଦ୍ଧରେ ମାମଲା ରୁଜୁ

ଜୟପୁର : ବଲିଉଡ ସିନେମା ‘ବଚନ ପାଣ୍ଡେ’ ନାଁରେ ମାମଲା ରୁଜୁ। ଅଭିନେତା ଅକ୍ଷୟ କୁମାର ଏବଂ ତାଙ୍କ ପୁରା ଟିମ ବିରୋଧରେ କରୋନା ନିୟମ ଉଲ୍ଲଘଂନ କରିବାର ଅଭିଯୋଗ ହୋଇଛି । ଜୈସଲମେର ର ଜଣେ ବସିନ୍ଦା ପୁରା ଟିମ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସୂଚନା ଅନୁସାରେ, ଜୈସଲମେର ଭାସ୍କର କଲୋନୀରେ ରହୁଥିବା ଆଦିତ୍ୟ ଶର୍ମା, ଅଧିବକ୍ତା କଂବରାଜସିଂ ରାଠୋରଙ୍କ ମାଧ୍ୟମରେ ମୁଖ୍ୟ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି ।

ଅଭିଯୋଗରେ କୁହା ଯାଇଛି ସିନେମା ସୁଟିଂ ସମୟରେ ୩୦୦ ରୁ ଅଧିକ ଲୋକ ଉପସ୍ଥିତ ରହୁଛନ୍ତି । ଯାହା ଫଳରେ କରୋନା ସଂକ୍ରମଣ ବ୍ୟାପିବାର ବିପଦ ରହୁଛି । ନ୍ୟାୟାଳୟରେ ଦାଖଲ କରାଯାଇଥିବା ଅଭିଯୋଗ ପତ୍ରରେ ଧାରା ୨୬୮,୨୬୯,୨୭୦ ଏବଂ ୨୮୩ ରେ ମାମଲା ରୁଜୁ କରି ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରାଯାଇଛି ।

Comments are closed.