Odisha Link
Bridging the Missing Links in Odisha

ଏଣିକି ସାଢ଼େ ୫ଟା ସୁଦ୍ଧା ଅଫିସ ଛାଡ଼ିବେ ମହିଳା କର୍ମଚାରୀ

ଭୁବନେଶ୍ବର: ଏଣିକି ମହିଳା କର୍ମଚାରୀଙ୍କୁ ସଂଧ୍ୟା ୫ଟା ୩୦ରେ ଅଫିସ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ନିର୍ଦ୍ଦେଶ ଦେଇଛି ସିଭିଲ୍ ବିଭାଗର ଇଂଜିନିୟରିଂ ଇନ୍ ଚିଫ୍, ଅଫିସ। ସମସ୍ତ କାର୍ଯ୍ୟ ଦିବସରେ ସଂଧ୍ୟା ୫ଟା ୩୦ ସୁଦ୍ଧା ନିଶ୍ଚିତ ଭାବେ ଅଫିସ ଛାଡ଼ିବାକୁ ସୂଚନା ଦିଆଯାଇଛି।

ଯଦି ଅତି ଆବଶ୍ୟକ ଥିବ ତାହେଲେ ବିଭାଗର ମୁଖ୍ୟଙ୍କ ଅନୁମତି କ୍ରମେ ରହିପାରିବେ ବୋଲି କୁହାଯାଇଛି। ଏହା ସହିତ ସମୟକୁ ବହୁ ପ୍ରାଧାନ୍ୟ ଦିଆଯାଉଛି। ସମୟାନୁବର୍ତିତା, ସମୟ ଭିତରେ କାମ ସାରିବା ମୂଳ ଳକ୍ଷ୍ୟ ରହିଛି।

ଫାଇଭ ଟିର ଯେଉଁ ଇନିସିଏଟର ଅଛି ସେଥିରେ ଥିବା ଟାଇମ୍ ଫ୍ୟାକ୍ଟରକୁ ଆମେ ବେଶି ଗୁରୁତ୍ୱ ଦେଉଛୁ ବୋଲି ସେ କହିଛନ୍ତି। ସମୟରେ ଆସିବା ସମୟରେ କାମ କରିବା ଏବଂ ସମୟରେ ଯିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ରହିଛି।

Comments are closed.