ପ୍ରତିଶ୍ରୁତି ରଖିଲେନି ଡ଼ିଜିପି: ଅପରାଜିତା
![](https://www.odishalink.com/wp-content/uploads/2020/01/mp-aparajita-sarangi-1.jpg)
ଭୁବନେଶ୍ବର: ନ୍ୟାୟ ପ୍ରଦାନରେ ଓଡ଼ିଶା ର୍ୟାଙ୍କ୍ ତଳକୁ ଖସିବା ପ୍ରସଙ୍ଗରେ ଟ୍ବିଟ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗତ କିଛି ବର୍ଷର ନିର୍ଦ୍ଦିଷ୍ଟ ହତ୍ୟା ମାମଲାକୁ ନେଇ ଡିଜିପିଙ୍କ ସହ କଥା ହୋଇଥିଲେ। ସେହି ସବୁ ମାମଲାର ଷ୍ଟାଟସ୍ ରିପୋର୍ଟ ପାଇଁ ଡିଜିପିଙ୍କୁ ଅନୁରୋଧ କରିଥିଲେ।
୭ ଦିନ ଭିତରେ ଉତ୍ତର ଦେବେ ବୋଲି ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ ଡିଜିପି। ଏବେ ସୁଦ୍ଧା ଉତ୍ତର ମିଳିନି। ଏହା ଅଳସୁଆମୀ ନା ଉଦାସୀନତା କୁହାଯିବ ବୋଲି ଟ୍ୱିଟ୍ କରି ପ୍ରଶ୍ନ ପଚାରିଛନ୍ତି। ନ୍ୟାୟ ପ୍ରଦାନରେ ଓଡ଼ିଶା ୪ଟି ସ୍ଥାନ ତଳକୁ ଖସିବା ଆଶ୍ଚର୍ଯ୍ୟ ଲାଗୁନି। ସଂସଦରେ ପ୍ରସଙ୍ଗ ଉତଥାପନ କରିବାର ସମୟ ଉପନୀତ ହୋଇଛି ବୋଲି ଅପରାଜିତା ଲେଖିଛନ୍ତି।
ପ୍ରକାଶ ଯେ, ଭାରତରେ ଲୋକଙ୍କୁ କେମିତି ଓ କେତେ ଶୀଘ୍ର ନ୍ୟାୟ ମିଳୁଛି, ତା’ର ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି। ଦ୍ୱିତୀୟ ଥର ପାଇଁ ଇଣ୍ଡିଆନ ଜଷ୍ଟିସ ରିପୋର୍ଟକୁ ସର୍ଭେ ସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଛି। ଟାଟା ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଏହି ସର୍ଭେ ଅନୁସାରେ ଓଡ଼ିଶାର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଛି। ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ତାଲିକାରେ ଓଡ଼ିଶା ଗତବର୍ଷ ଅପେକ୍ଷା ତଳକୁ ଖସି ଯାଇଛି। ୨୦୧୯ରେ ଓଡ଼ିଶା ରାଙ୍କିଙ୍ଗର ୭ ନଂ ସ୍ଥାନରେ ଥିବା ବେଳେ ଏବେ ୪ଟି ସ୍ଥାନ ତଳକୁ ଖସି ୧୧ନଂରେ ପହଞ୍ଚି ଯାଇଛି। ତେବେ ନ୍ୟାୟ ପ୍ରଦାନ କରିବା ତାଲିକାରେ ପୂର୍ବବର୍ଷ ଭଳି ମହାରାଷ୍ଟ୍ର ଏଥର ମଧ୍ୟ ୧ ନଂ ସ୍ଥାନରେ ରହିଛି।
Comments are closed.