ଉଦ୍ଘାଟିତ ହେଲା ସମ୍ କେୟାର ଫାଉଣ୍ଡେସନ୍ର ଭର୍ଚୁଆଲ୍ ନର୍ସିଂ ଟ୍ରେନିଂ ପ୍ରୋଗ୍ରାମ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ଦେଶ ଏବଂ ବିଦେଶରେ କ୍ରିଟିକାଲ୍ କେୟାର ବିଭାଗ ଅଧିନରେ ରୋଗୀଙ୍କ ସେବା କରୁଥିବା ନର୍ସମାନଙ୍କ ନିମନ୍ତେ ଏକ ସବିଶେଷ ନର୍ସିଂ ଟ୍ରେନିଂ ପ୍ରୋଗ୍ରାମ୍ ଉଦ୍ଘାଟିତ ହୋଇଯାଇଛି। କ୍ରିଟିକାଲ୍ କେୟାର ଫାଉଣ୍ଡେସନ୍ ଆନୁକୂଲ୍ୟରେ ଓ ଇଣ୍ଡିଆନ୍ ସୋସାଇଟି ଫର କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍ସିସିଏମ୍) ର ପୂର୍ବତନ ସଭାପତି ଡାକ୍ତର ନରେନ୍ଦ୍ର ରୁଙ୍ଗ୍ଟାଙ୍କ ଅଧ୍ୟକ୍ଷତାରେ ଭାରତ, ଏହାର ପଡୋଶୀ ଦେଶ ଏବଂ କିଛି ଅନ୍ୟ ବାହାର ଦେଶର ନର୍ସମାନଙ୍କ ନିମନ୍ତେ ଆମ ଦେଶରେ ପ୍ରଥମ ଥର ପାଇଁ ଏହି ନର୍ସିଂ ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି ଭର୍ଚୁଆଲ କାର୍ଯ୍ୟକ୍ରମକୁ ହସ୍ପିଟାଲ୍ର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ ଉଦ୍ଘାଟନ କରିଥିବା ବେଳେ ହସ୍ପିଟାଲ୍ର ମେଡିକାଲ୍ ସର୍ଭିସେସ୍ର ମୁଖ୍ୟ ଡାକ୍ତର (ବ୍ରିଗେଡିୟର୍) ବିରାଜ ମୋହନ ମିଶ୍ର, ଡେପୁଟି ମେଡିକାଲ୍ ସୁପରିଟେଣ୍ଡେନ୍ଟ ଡାକ୍ତର ଆନନ୍ଦ ମିଶ୍ର ଓ ଚିଫ୍ ଅଫ୍ ନର୍ସିଂ ସର୍ଭିସେସ୍ ଶ୍ରୀମତି ଆୟେଶା.ଏନ୍ ପ୍ରମୁଖ ଉପସ୍ଥିତ ଥିଲେ।
ଦେଶ ଏବଂ ବିଦେଶରୁ ୧୦୦ ରୁ ଊର୍ଦ୍ଧ୍ୱ ନର୍ସ ଏବଂ ୩୦ ଜଣ ଜାତୀୟ ଓ ଆନ୍ତର୍ଜାତୀକ ଶିକ୍ଷକ (ଫାକଲ୍ଟି) ଉପସ୍ଥିତ ଥିଲେ। ୩ ସପ୍ତାହ ଧରି ଚାଲିବାକୁ ଥିବା ଏହି ପର୍ଯ୍ୟାୟ କାର୍ଯ୍ୟକ୍ରମରେ କ୍ରିଟିକାଲ୍ କେୟାର ମେଡିସିନ୍ ସମ୍ପର୍କିତ ୨୫ଟି ନର୍ସିଂ ଲେକ୍ଚର ପ୍ରଦାନ ହୋଇଅଛି। ଛାତ୍ରଛାତ୍ରୀ ଏବଂ ଫାକଲ୍ଟିମାନଙ୍କ ମଧ୍ୟରେ ଆଲୋଚନା ଏବଂ ପର୍ଯ୍ୟାଲୋଚନାର ବ୍ୟବସ୍ଥା କରାଯାଇଅଛି। ବର୍ଷ ତମାମ୍ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଦ୍ୱାରା କ୍ରିଟିକାଲ୍ କେୟାର ବିଭାଗ ଅଧିନରେ କାର୍ଯ୍ୟରତ ଥିବା ନର୍ସମାନଙ୍କୁ ଅଧିକ କୁଶଳୀ କରିବା ଏହାର ଲକ୍ଷ୍ୟ।
Comments are closed.