Odisha Link
Bridging the Missing Links in Odisha

ସବୁ ମେଡ଼ିକାଲରେ ଅଗ୍ନି ନିରାପତ୍ତା ଯାଞ୍ଚ ହେବ: ନବ

ଭୁବନେଶ୍ବର: କଟକ ତୁଳସୀପୁର ସନ୍‌ ହସ୍ପିଟାଲରେ ନିଆଁ ଲାଗିବା ଘଟଣାରେ ଆଜି ନିଜର ପ୍ରତିକ୍ରିୟା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଏନେଇ ମନ୍ତ୍ରୀ କହିଛନ୍ତି ଯେ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ତଦନ୍ତ ଚାଲିଛି। ରାଜ୍ୟର ସମସ୍ତ ଘରୋଇ ମେଡ଼ିକାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ହେବ। ସବୁ ମେଡ଼ିକାଲର ଅଗ୍ନି ନିରାପତ୍ତା ଏନ୍‌ଓସି ଅଛି କି ନାହିଁ ଯାଞ୍ଚ ହେବ। କରୋନା ବେଳେ ଲୋକଙ୍କ ଜୀବନ ବଞ୍ଚାଇବା ଆମ ପାଇଁ ଗରୁତ୍ବପୁର୍ଣ ଥିଲା। ସେ ସମୟରେ ଯାଞ୍ଚ ଆମ ନିକଟରେ ସମୟ ନଥିଲା ବୋଲି କହିଛନ୍ତି ମନ୍ତ୍ରୀ ନବ ଦାସ।

ପ୍ରକାଶ ଯେ, କଟକ ସ୍ଥିତ ବିଜୁପଟ୍ଟନାୟକ ଛକରେ ଥିବା ଘରୋଇ ସନ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ସନ ହସ୍ପିଟାଲର ଉପର ମହଲାରେ ଅଗ୍ନିକାଣ୍ଡ ଘଟିଥିବାବେଳେ ପ୍ରବଳ ଧୂଆଁ ବାହାରୁଥିବା ଜଣାପଡ଼ୁଛି। ନିଆକୁ ଆୟତ କରିବା ପାଇଁ ଘଟଣା ସ୍ଥଳରେ ୪ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଅପରାହ୍ନ ୧୨.୩୦ ବେଳକୁ ଅଚାନକ ହସ୍ପିଟାଲର ଉପର ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିଥିବାର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ସର୍ଟସର୍କିର୍ଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି। ତେବେ ଅଗ୍ନିକାଣ୍ଡରେ କୌଣସି ରୋଗୀ ବା କର୍ମଚାରୀଙ୍କ ମୃତୁ୍ୟ ହୋଇନଥିବା କୁହାଯାଉଛି। ତେବେ ହସ୍ପିଟାଲର ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୁରୁତର ରୋଗୀଙ୍କୁ ଏସିବି ଓ ଅନ୍ୟାନ୍ୟ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଜିଲ୍ଲାପାଳ ଓ ସିଏମସି କମିଶନର ଉପସ୍ଥିତ ରହି ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି।

Comments are closed.