ଚାଷୀଙ୍କୁ ରୋକିବାକୁ ରାସ୍ତାରେ କଣ୍ଟା ପୋତିଲା ପୋଲିସ

ନୂଆଦିଲ୍ଲୀ: ଆନ୍ଦୋଳନ କାରି ଚାଷୀଙ୍କୁ ଦିଲ୍ଲୀ ପ୍ରବେଶରୁ ରୋକିବା ପାଇଁ ରାସ୍ତାରେ କଣ୍ଟା ବ୍ୟାରିକେଡ ଲଗାଇଛନ୍ତି ପୋଲିସ। ସିଂଘୁ, ଟିକରି ଓ ଗାଜିପୁର ସୀମାରେ ଦିଲ୍ଲୀ ପୋଲିସ ଏକାଧିକ ସ୍ତରର ବ୍ୟାରିକେଡିଂ କରିଛି।
ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀ ଚାଷୀ ଦିଲ୍ଲୀରେ ପଶି ଉତ୍ପାତ କରିବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଏଭଳି ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି । ଦିଲ୍ଲୀକୁ ଯାଇଥିବା ରାସ୍ତା ଏବେ କଣ୍ଟାରେ ଭରପୂର। ଗାଡ଼ିରେ ଯିବା କିମ୍ବା ଚାଲିକି ଯିବା ବି ସମ୍ଭବ ନୁହେଁ। ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ବୋଲି କୁହାଯାଇପାରିବ। ଆପେ ଆପେ ରାସ୍ତା ଏମିତି କଂଟାରେ ଭରିଯାଇନି, ଦିଲ୍ଲୀ ପୋଲିସ, ଏମିତି କରିଛି। ଉଦ୍ଦେଶ୍ୟ ହେଉଛି ଆନ୍ଦୋଳନକାରୀ ଚାଷୀ, ଦିଲ୍ଲୀ ଭିତରେ ପ୍ରବେଶ କରିପାରିବେନାହିଁ ।
ଦିଲ୍ଲୀରେ ପ୍ରବେଶ ପାଇଁ ଟିକରୀ ସୀମାରେ ବି ସୁରକ୍ଷା ବ୍ୟବସ୍ଥା ଏମିତି କରାଯାଇଛି, ଯେ କେହି ଚାହିଁଲେବି ଏହି ସୁରକ୍ଷା ଭେଦ କରି ଦିଲ୍ଲୀରେ ପ୍ରବେଶ କରିପାରିବ ନାହିଁ। କେବଳ ଗୋଟିଏ ସ୍ତର ନୁହେଁ, ଏକାଧିକ ସ୍ତରରେ ବ୍ୟାରିକେଡିଂ କରାଯାଇଛି। ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀ ଚାଷୀ ଦିଲ୍ଲୀରେ ପଶି ଉତ୍ପାତ କରିବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଏଭଳି ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି। ନୂଆ କୃଷି ଆଇନ ବିରୋଧରେ ୬୯ଦିନ ହେଲା ଚାଲିଛି ଚାଷୀଙ୍କ ଆନ୍ଦୋଳନ । ଆଉ ଆନ୍ଦୋଳନରତ ଚାଷୀଙ୍କୁ ଅଟକାଇବାକୁ ଲାଗୁଛି ସବୁ ବଳ ଲଗାଇଦେଇଛି ଦିଲ୍ଲୀ ପୋଲିସ।
Comments are closed.