ପୋଲିଓ ବଦଳରେ ହ୍ୟାଣ୍ଡ ସାନିଟାଇଜର ଡ୍ରପ୍ ନେଇ ୧୨ ଶିଶୁ ଅସୁସ୍ଥ
ମହାରାଷ୍ଟ୍ର: ପୋଲିଓ ବଦଳରେ ହ୍ୟାଣ୍ଡ ସାନିଟାଇଜର ଡ୍ରପ୍ ନେଇ ୧୨ ଶିଶୁ ଅସୁସ୍ଥ। ଏଭଳି ନିନ୍ଦନୀୟ ଘଟଣା ମହାରାଷ୍ଟ୍ରର ୟାଭତମାଲରେ ଘଟିଛି। ସେମାନଙ୍କୁ ଗୁରତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, ଗତ ରବିବାର ଦିନ ୧ ବର୍ଷରୁ ୫ ବର୍ଷ ବୟସ ଯାଏଁ ଶିଶୁଙ୍କୁ ପୋଲିଓ ଅଭିଯାନ ଚାଲିଥିଲା। ଏହି ସମୟରେ ୟାଭତମାଲ ଜିଲ୍ଲାରେ ଘାଟାନଜିର କାପାସି-କୋପାରୀ ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ଶିଶୁଙ୍କ ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର୍ ପିଆଇ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଥିଲା ।
ଅଧିକାରୀଙ୍କ କହିବାନୁସାରେ, କିଛି ପିଲାଙ୍କୁ ପୋଲିଓ ଡ୍ରପ୍ ବଦଳରେ ସାନିଟାଇଜର ଦିଆଯାଇଥିଲା। ଏହାପରେ ଅନେକ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ଅନେକ ପିଲାଙ୍କୁ ବାନ୍ତି ମଧ୍ୟ ହୋଇଥିଲା। ପରେ ସମସ୍ତ ଗୁରୁତର ଶିଶୁଙ୍କୁ ଭାସନ୍ତରାଓ ନାୟକ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
Comments are closed.