Odisha Link
Bridging the Missing Links in Odisha

ଆଇ.ଟି.ଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ଼

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବଡ଼ ଘୋଷଣା କରିଁଛନ୍ତି। କରୋନା ମହାମାରି ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର। ରାଜ୍ୟସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସମସ୍ତ ସରକାରୀ ଆଇ.ଟି.ଆଇ କଲେଜ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। ଏହାଦ୍ୱାରା ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୦ ଅପ୍ରେଲ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। କୋଭିଡ଼ି ଯୋଗୁଁ ଏହି ସମୟରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନ ଥିଲେ। ଆଇ.ଟି.ଆଇ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲର ଦେୟ ବାବଦରେ ମାସିକ ୧୨୫ ଟଙ୍କା ଦେଇଥାନ୍ତି। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ୯ ମାସରେ ୧୧୨୫ ଟଙ୍କା ଦେୟ ହଷ୍ଟେଲ ଫି ବାବଦରେ ଛାଡ଼ ପାଇବେ।

Comments are closed.