Odisha Link
Bridging the Missing Links in Odisha

ଦୁଇଟି ଏଟିଏମ୍‌ରୁ ୪୦ ଲକ୍ଷ ଲୁଟ୍

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମକୁ କଟରରେ କାଟି ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି। ଆଳିର ପାତ୍ରପୁର ଓ ନିଆଳିହାଟ ଏସବିଆଇ ଏଟିଏମରୁ ଲୁଟ ହୋଇଛି। ଲୁଟେରାମାନେ ଗ୍ୟାସ କଟରରେ ଏଟିଏମ ମେସିନକୁ କାଟି ଛିନଛତ୍ର କରିଥିବା ବେଳେ ପ୍ରମାଣ ନଷ୍ଟ ପାଇଁ ଏଟିଏମ ଚାମ୍ବରରେ ଲାଗିଥିବା ସିସି କ୍ୟାମେରାକୁ ଗ୍ୟାସରେ ପୋଡ଼ି ଦେଇଛନ୍ତି।

ଗତକାଲି ପତ୍ରପୁର ଏଟିଏମରେ ୧୮ ଲକ୍ଷ ଓ ନିଆଳହାଟ ଏଟିଏମରେ ୨୩ ଲକ୍ଷ ଟଙ୍କା ଭରା ଯାଇଥିବା ସ୍ଥାନୀୟ ଷ୍ଟେଟବ୍ୟାଙ୍କ ସୂତ୍ରରୁ ଜଣାପଡିଛି। ଆଜି ସକାଳୁ ଏହି ଘଟଣା ଜଣାପଡିବା ପରେ ବ୍ୟାଙ୍କ ଅଧିକାରୀ ଓ ଆଳି ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁଇଟି ଏଟିଏମ ଗ୍ୟାସ କଟରରେ କଟା ଯାଇଥିବା ବେଳେ ଲୁଟେରାମାନେ ମେସିନରୁ ଟଙ୍କା ଲୁଟ୍ କରିଛନ୍ତି କି ନାହିଁ ତାହା ମେସିନ୍ ଖୋଲାଯିବା ପରେ ଜଣାପଡିବ ବୋଲି ସଂପୃକ୍ତ ଅଧିକାରୀ ମାନେ କହିଛନ୍ତି । ଫୋରେନସିକ ଟିମ୍ ଘଟଣାସ୍ଥଳରୁ ତଦନ୍ତ କରି ଫେରିବା ପରେ ମେସିନ ଯାଞ୍ଚ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

Comments are closed.