Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଫରେଷ୍ଟର

ସୁବର୍ଣ୍ଣପୁର: ବିନିକା ରେଞ୍ଜର ଫରେଷ୍ଟର ଜଗବନ୍ଧୁ ବାରିକଙ୍କ ଘରେ ଓ ବିନିକା ବନ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋନପୁର ଓ ସମ୍ବଲପୁରର ଦୁଇଟି ଭିଜିଲାନ୍ସ ଟିମ୍ ଆଜି ଏକକାଳୀନ ସୋନପୁର ସହର ଶାନ୍ତି ନଗର ପଡ଼ାରେ ଥିବା ଘର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଥିବା ଘର ଓ ବିନିକା ରେଞ୍ଜ ଅଫିସରେ ଚାଲିଛି ଚଢ଼ାଉ।

ଘରେ ଥିବା ସମସ୍ତ କାଗଜପତ୍ର, ଆସବାବପତ୍ର ଓ ଟଙ୍କାକୁ ଭିଜିଲାନ୍ସ ଟିମ୍ ଟିକନିଖ କରି ତଲାସ ଜାରି ରଖିଛି। ଘରୁ ଏପର୍ଯ୍ୟନ୍ତ କିଛି ବ୍ୟାଙ୍କ ପାସବୁକ, ଜୀବନ ବୀମା ବଣ୍ଡ, ଜମିବାଡ଼ିର କାଗଜପତ୍ର ତଥା ନଗଦ ଟଙ୍କା ଜବତ କରିଥିବା ଜଣାପଡିଛି। ତେବେ ଭିଜିଲାନ୍ସ ଟିମ୍ ବର୍ତ୍ତମାନ ଚଢାଉ ଜାରି ରଖିଛି।

Comments are closed.