Odisha Link
Bridging the Missing Links in Odisha

ବନ୍ଧା ହେଲେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ମାଲିକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବରରୁ ନକଲି ମୃଦୁ ପାନୀୟ ଜବତ ଘଟଣା ଏବେ ନୂଆ ମୋଡ଼ ନେଇଛି। ଫ୍ୟାକ୍ଟ୍ରି ମାଲିକ ଶ୍ରପତ୍ତି ରଞ୍ଜନ ବେହେରାଙ୍କୁ ଗିରଫ କରିଛି ପୋଲିସ। କାଲି ଚଢ଼ାଉ କରି ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ସିଲ୍‌ କରିଥିଲା ପୋଲିସ।

ପ୍ରକାଶ ଯେ, ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଚଢ଼ାଉ କରି ଏଭଳି ଏକ ନକଲି ମୃତୁ ପାନୀୟ କାରଖାନାକୁ ସିଲ୍ କରିଛି ପୋଲିସ ଓ ବିଏମ୍ସିର ଟିମ୍। ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବର୍ଷ ବର୍ଷ ଧରି ବେଧଡ଼କ ଚାଲିଥିଲା ବେପାର। ପୁଲିସର ନାକ ତଳେ ଏବଂ ସମସ୍ତଙ୍କ ଆଖି ସାମ୍ନାରେ ହେଉଥିଲା ଦୁଇ ନମ୍ବରି କାରବାର। ଚାରି ପାଞ୍ଚ ପ୍ରକାରର ମୃଦୁ ପାନୀୟ, ଜୁସ୍ ଏବଂ ମସାଲା ଡ୍ରିଙ୍କସ ପ୍ରସ୍ତୁତ କରାଯାଉଥିଲା। ହେଲେ କେଉଁ ଉତ୍ପାଦ କେତେ ପରିମାଣରେ ମିଶାଯିବ ଏବଂ ଶରୀର ଉପରେ ତାର କଣ ପ୍ରଭାବ ରହିବ, ତାର ଯାଞ୍ଚ ପାଇଁ ଏଠାରେ ନା ଲାବ୍ରୋଟାରୀ ଥିଲା ନା ଟେକ୍ନିସିଆନ୍ ଥିଲେ। ବଜାରରେ ବିକ୍ରି ହେଉଥିବା ବଡ଼ ବଡ଼ ବ୍ରାଣ୍ଡ ଭଳି ସମାନ ବୋତଲରେ ନକଲି ଲେବୁଲ ଲଗାଇ ଅପମିଶ୍ରିତ ମୃଦୁ ପାନୀୟ ତିଆରି ହେଉଥିଲା। ଏହାପରେ ଗାଁ ଗହଳିରେ ବିକ୍ରି ପାଇଁ ବେଶ୍ ଆରାମରେ ପଠାଇ ଦିଆଯାଉଥିଲା।

Comments are closed.