ଘର ବାଡ଼ି ପଟେ ପଡ଼ି ରହିଛି କଟା ପାପୁଲି
![](https://www.odishalink.com/wp-content/uploads/2021/02/cut.jpg)
ଯାଜପୁର: ଘର ବାଡ଼ି ପଟୁ ମିଳିଲା କଟା ପାପୁଲି। ଏହା ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରସୁଲପୁର ବ୍ଲକ ସିଙ୍ଗାପୁର ପଞ୍ଚାୟତ ବ୍ରାହ୍ମଣବାଡ଼ ଗ୍ରାମର ଦେବାଶିଷ ବେହେରାଙ୍କ ବାଡ଼ିରୁ ମିଳିଛି।
ପ୍ରକାଶ ଯେ, ଆଜି ସକାଳୁ ପରିବାରର ମହିଳା ସଦସ୍ୟ ଏହାକୁ ଦେଖିବାକୁ ପାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପାପୁଲି ଦେଖିବା ପାଇଁ ଗ୍ରାମର ଲୋକମାନେ ରୁଣ୍ଡ ହୋଇଛନ୍ତି। ଏହା ଏକ ପୁରୁଷର ହାତ ବୋଲି ଅନୁମାନ କରାଯାଉଛି। କୁଆଖିଆ ପୁଲିସକୁ ଏନେଇ ଖବର ଦିଆଯାଇଛି। ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପାରିନାହିଁ।
Comments are closed.