Odisha Link
Bridging the Missing Links in Odisha

ଆର୍‌ଟିଓ ଅନଲାଇନ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବହନ ସେବା ସମ୍ପର୍କିତ ୯ ଗୋଟି ଅନଲାଇନ୍ ସେବାର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟ କରିବ। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲର୍ଣ୍ଣର୍ସ ଲାଇସେନ୍ସ ମୋବାଇଲ୍ ଆପ୍ ଆଣିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସବୁ ସେବା ଅନଲାଇନ୍ ହେବା ଫଳରେ ଆଉ ଗୋଟିଏ ଆରଟିଓରୁ ଅନ୍ୟ ଆରଟିଓକୁ ଧାଇଁବାକୁ ପଡ଼ିବ ନାହିଁ।

ଗାଡ଼ି ପଞ୍ଜିକରଣ ଠାରୁ ଆରମ୍ଭ କରି ପରିବହନ ଅନୁମତି, ସ୍ୱତନ୍ତ୍ର ବସ୍ ପରମିଟ୍, ଅନ୍ତର୍ଜାତୀୟ ଡ୍ରାଇଭିଂ ପରମିଟ୍, କୌଣସି ଆରଟିଓରୁ ଦେଶର କୌଣସି ସ୍ଥାନକୁ ମାଲିକାନା ସ୍ଥାନାନ୍ତରଣ ଅଥବା ପୁନଃ-ପଞ୍ଜିକରଣ ଆଦି ଅନଲାଇନରେ କରିହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ଗାଡ଼ି ସମ୍ବନ୍ଧୀୟ କାର୍ଯ୍ୟ ଲାଗି ଯେ କେହିବି ସ୍ୱାଧୀନତାର ସହ ଇଚ୍ଛା ମୁତାବକ ଆରଟିଓ ଅଫିସ୍ ଚୟନ କରିପାରିବେ ।

ପରିବହନ କାର୍ଯ୍ୟାଳୟ ଆଗରେ ଲମ୍ବା ଧାଡ଼ି ଲାଗିବା ଅତୀତ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି। ୫ଟି କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ବ୍ୟକ୍ତିକୈନ୍ଦ୍ରିକ ସେବା ଅନଲାଇନରେ ଯୋଗାଇ ଦେଉଛନ୍ତି। ଦୈନନ୍ଦିନ ଜୀବନରେ ପରିବହନ ସେକ୍ଟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ପେପରଲେସ୍ ଓ କଣ୍ଟାକ୍ଟଲେସ୍ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏନଆଇସ୍ ପ୍ଲାଟଫର୍ମ ଉପଯୋଗ କରି ଡିଜିଟାଲ୍ ଦସ୍ତଖତ ଓ ସ୍ୱୟଂ ନମ୍ବର ବାହାର କରୁଛି। ଅନଲାଇନରେ କୌଣସି ଆରଟିଓରେ ମାଲିକ ଗାଡ଼ି ପଞ୍ଜିକରଣ କରିପାରେବି। ଏଥିସହ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଉମଙ୍ଗ ଆପରେ ଲର୍ଣ୍ଣର ଲାଇସେନ୍ସ ଉପଲବ୍ଧ କରାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପରିବହନ ସେବାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିଥିବାରୁ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେ କେହିବି କୌଣସି ସ୍ଥାନରୁ ଗାଡ଼ି କିଣିଲେ। ଡିଲର ଅନଲାଇନରେ ଆପ୍ଲାଏ କରିବେ ।

କାଗଜପତ୍ର ସ୍କାନ୍ କରି ଅନଲାଇନରେ ଅପଲୋଡ୍ କରିବେ। ଅନଲାଇନରେ ଟ୍ୟାକ୍ସ ଭରିବା ପରେ ସ୍ୱୟଂ ଗାଡ଼ି ପଞ୍ଜିକରଣ ନମ୍ବର ଆସିବ। ଏଥିପାଇଁ କୌଣସି ହାର୍ଡ କପି ଦେବାକୁ ପଡ଼ିବ ନାହିଁ କି ଆରଟିଓ ଅଫିସ୍ ଯିବାକୁ ପଡ଼ିବ ନାହିଁ। ପ୍ରତିବର୍ଷ ହାରାହାରି ୧ କୋଟି ପୃଷ୍ଠା ସେଭ୍ କରାଯାଇ ପାରିବ।

Comments are closed.