Odisha Link
Bridging the Missing Links in Odisha

ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା

ରାଉରକେଲା: ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା। ରାଉରକେଲା ଡିଲକ୍ସ ହୋଟେଲ ଲେନରେ ଜଣେ ହୋଟେଲ ବ୍ୟବସାୟୀଙ୍କ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ବସେରା ହୋଟେଲ ମାଲିକ ସଜନ ମିତ୍ତଲଙ୍କର ଆକ୍ରମଣରେ ମୃତ୍ୟୁ ଘଟିଛି। ବ୍ୟବସାୟିକ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।

ସୂଚନାମୁତାବକ, ସବୁଦିନ ପରି କାମ ସାରି ଘରକୁ ଫେରୁଥିବା ସମୟରେ ଘର ସାମନାରେ ଜଗି ବସିଥିବା ଦୃବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ସଜ୍ଜନ ସେଠାରେ ଲହୁ ଲୁହାଣ ହୋଇ ପଡି ଯାଇଥିଲେ ପରିବାର ବର୍ଗ ଏବଂ ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ IGH ପଠାଇଥିଲେ। ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ପ୍ଲାଣ୍ଟସାଇଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସଜ୍ଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁଳିମାଡ଼ ହୋଇଛି ନା ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି ତା ପୋଲିସ ତଦନ୍ତ କରୁଛି।

Comments are closed.