ରାଜ୍ୟସଭାରୁ ଇସ୍ତଫା ଦେଲେ ଦିନେଶ ତ୍ରିବେଦୀ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରୁ ଟିଏମସି ସାଂସଦ ଦିନେଶ ତ୍ରିବେଦୀ ଇସ୍ତଫା ଦେଇଛନ୍ତି। ଏ ନେଇ ଦିନେଶ ରାଜ୍ୟସଭାରେ ଘୋଷଣା କରିଛନ୍ତି। ଏଥିସହ ନିଜ ରାଜ୍ୟରେ ଘଟି ଚାଲିଥିବା ହିଂସା ଦେଇ ଶ୍ରୀ ତ୍ରିବେଦୀ ଉଦବେଗ ପ୍ରକାଶ କରିଛନ୍ତି। ତ୍ରିବେଦୀ କହିଛନ୍ତି ଯେ, ମୋ ରାଜ୍ୟରେ ହିଂସା ଚାଲିଛି ମୁଁ କିଛି କରିପାରୁନାହିଁ। ମୋ ଅନ୍ତରାତ୍ମା କହିଲା ଯଦି କିଛି କରିପାରୁନି ତେବେ ଇସ୍ତପା ଦେଇଦେବା ଉଚିତ ବୋଲି ଆଜି ରାଜ୍ୟସଭାରେ ଟିଏମସି ସାଂସଦ ଦିନେଶ ତ୍ରିବେଦୀ କହିଛନ୍ତି।
ପ୍ରକାଶ ଯେ , ପଶ୍ଚିମବଙ୍ଗର ନିର୍ବାଚନ ଏବେ ମୁଣ୍ଡ ଉପରେ। ଆଉ ଏଥି ନେଇ ରାଜ୍ୟରେ ରାଜନୈତିକ ମାହୋଲ ପୂରା ସରଗରମ୍। ସର୍ବଦା ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନର ରାଜନୀତିରେ ଦୁର୍ବଳ ରହିଥିବା ବିଜେପି ଚଳିତ ଥର ପୂରା ଶକ୍ତି ପ୍ରୟୋଗ କରିଛି।
ବିଜେପି ଏହି ଥର ଏଠାର ଶାସନ ଡ଼ୋର ହାତେଇବାକୁ ଦାବି କରିଛି। ଏହାରି ଭିତରେ ବିଜେପି ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା, ଗୁଣ୍ଡାଗର୍ଦି କରିବା ଓ ସିବିଆଇ-ଇନ୍କମ୍ ଟ୍ୟାକ୍ସର ଭୟ ଦେଖାଇବା ବିଜେପିର କାମ। ଏମିତି କରି ସେ ସମସ୍ତଙ୍କୁ ଦବାଇବାକୁ ଚାହୁଁଛି ବୋଲି ମମତା କହିଛନ୍ତି।
Comments are closed.