Odisha Link
Bridging the Missing Links in Odisha

‘ମୋ ଚାଟଶାଳୀ’ ଯୋଜନା ମାଧ୍ୟମରେ ରାଜ୍ୟର ଲକ୍ଷେ ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯିବ

ଭୁବନେଶ୍ବର: ରାଜ୍ୟରେ ପ୍ରାଥମିକ ଶ୍ରେଣୀର (ଶ୍ରେଣୀ ୧ରୁ ୫) ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ବ୍ୟବଧାନକୁ ଦୂର କରିବା ପାଇଁ ସ୍ବେଚ୍ଛାସେବୀ ସଙ୍ଗଠନ ଆତ୍ମଶକ୍ତି ଟ୍ରଷ୍ଟ ଏବଂ ଏହାର ସହଯୋଗୀ ସଙ୍ଗଠନ ଓଡ଼ିଶା ଶ୍ରମଜିବୀ ମଞ୍ଚ ଏବଂ ମହିଳା ଶ୍ରମଜିବୀ ମଞ୍ଚ, ଓଡ଼ିଶା ଦ୍ବାର ଭୁବନେଶ୍ବର ଠାରେ ‘ମୋ ଚାଟଶାଳୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସମ୍ମାନିତାର ପ୍ରତିଷ୍ଠାତା ବର୍ଷା ପ୍ରିୟଦର୍ଶିନୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ‘ମୋ ଚାଟଶାଳୀ’କୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମ ଅଧିନରେ ୧୭ଟି ଜିଲ୍ଲାର ୧ ଲକ୍ଷ ଛାତ୍ରଛତ୍ରୀ ( କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗାଡ଼ା, କଳାହାଣ୍ଡି, ନୁଆପଡ଼ା, ବଲାଙ୍ଗୀର, ବୌଦ୍ଧ, ଗଜପତି କାନ୍ଦାଲ, ନୟାଗଡ଼, ମୟୂରଭଞ୍ଜ, ସୁନ୍ଦରଗଡ଼, ଝରସୁଗୁଡ଼ା, ଦେବଗଡ଼, ସମ୍ବଲପୁର ସମେତ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ବର ବସ୍ତି ଅଞ୍ଚଳ)ଙ୍କୁ ଶିକ୍ଷା ପ୍ରଦାନ କରାଯିବ। ଯେଉଁମାନେ ଅଧିକାଂଶ ସମୟରେ ସେମାନଙ୍କ ଶିକ୍ଷା ପାଇଁ ସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରନ୍ତି ଏବଂ ସ୍ମାର୍ଟଫୋନ୍‌, ଟିଭି ପରି ସମ୍ବଳ ଅଭାବରୁ କିମ୍ବା ଇଣ୍ଟରନେଟ୍‌ ସଂଯୋଜନା ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ତାଲା ପିଡ଼ିଥିଲା ସମୟରେ ଅନଲାଇନ୍‌ ଶିକ୍ଷା ପାଇପାରିନଥିଲେ, ସେମାନେ ଏହି ଯୋଜନା ଦ୍ବାରା ଲାଭାନ୍ବିତ ହେବେ। ଏହି କାର୍ଯ୍ୟକ୍ରମ ୧୦୦ ଦିନ ପର୍ଯ୍ୟନ୍ତ ଚାଲିବ ଏବଂ ଏହା ପିଲାମାନଙ୍କ ମଧ୍ୟରେ ଶିକ୍ଷାର ବ୍ୟବଧାନକୁ ଦୂର କରିବା ପାଇଁ ଏକ ବିକଳ୍ପ ଶିକ୍ଷଣ ପଥ ଭବରେ କାର୍ଯ୍ୟ କରିବ।

ଲକଡ଼ାଉନ ସମୟରେ ଆମେ ଏକ ମିଶନ୍‌ ଅଭିଯାନ ଆରମ୍ଭ କରିଥିଲୁ ଯେଉଁଠାରେ ଆମେ ରାଜ୍ୟର ୧୭ଟି ଜିଲ୍ଲାର ୮୨ଟି ବ୍ଲକର ୩,୫ ଏବଂ ୮ ଶ୍ରେଣୀର ୪୩୬୪ ସ୍କୁଲ ପିଲାଙ୍କୁ ଶିକ୍ଷାଦାନର ବ୍ୟବଧାନକୁ ଦୂର କରିବା ପାଇଁ ପ୍ରତିକାରାତ୍ମକ ଶିକ୍ଷା ମାଧ୍ୟମରେ ସେମୋନଙ୍କୁ ନିୟୋଜିତ କରିଥିଲୁ ଯାହା ଦ୍ବାରା କ୍ଲାସ୍‌ ଅନୁଯାୟୀ ଶିକ୍ଷଣ ଦକ୍ଷତା ବୃଦ୍ଧି ପାଇବ। ତେବେ ଏହାର ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ ଥିଲା ଯାହା ଶ୍ରମଜିବୀ ମଞ୍ଚ ଓଡ଼ିଶାର ସଭାପତି ଶ୍ରୀମତି ଶାନ୍ତି ଭୋଇ କହିଛନ୍ତି ଯେ, ସମଗ୍ର କାର୍ଯ୍ୟକ୍ରମର ଅନନ୍ୟ ବୈଶିଷ୍ଟ ହେଉଛି ଏହା ସ୍ଥାନୀୟ ଗୋଷ୍ଠୀ ଦ୍ବାରା ଏବଂ ସେମାନଙ୍କ ତତ୍ତ୍ବାବଧାନରେ ପରିଚାଳିତ ହେବ ଏବଂ ସ୍ବେଚ୍ଛାସେବୀମାନେ ଏହି ପିଲାମାନଙ୍କୁମାଗଣାରେ ଶିକ୍ଷା ପ୍ରଦାନ କରିବେ।

ଏହି ପଦକ୍ଷେତ ଅନୁଯାୟୀ ୭୫୦୦ରୁ ଅଧିକ ମୋ ଚାଟଶାଳୀ ଶିକ୍ଷାଦାନ କେନ୍ଦ୍ର ପରିଚାଳିତ ହେବ ଏବଂ ଶାରୀରିକ ଦୂରତା ଏବଂ ଅନ୍ୟାନ୍ୟ କୋଭିଡ଼ ନିୟମକୁ ଆଖି ଆଗରେ ରଖି ୧୦ ରୁ ୨୫୦ ମଧ୍ୟରେ ପିଲାମାଙ୍କୁ ଗୋଟିଏ କେନ୍ଦ୍ରରେ ଶିକ୍ଷା ଗ୍ରହଣର ସୁବିଧା ମିଳିବ। ଏମାନଙ୍କୁ ଶିକ୍ଷା ପ୍ରଦାନ କରିବାର ଦାୟିତ୍ବ ରହିବ ସ୍ବେଚ୍ଛାସେବି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ଏହି ସ୍ବେଚ୍ଛାସେବୀମାନଙ୍କୁ ଏହି ଛାତ୍ରମାନଙ୍କ ପାଇଁ ପ୍ରତିକାର କ୍ଲାସ୍‌ ଏହି ପ୍ରତିାକର ଶ୍ରେଣୀ ପାଇଁ ଉପଯୁକ୍ତ ଶିକ୍ଷାର ସର୍ବନିମ୍ନ ସ୍ତର ହାସଲ କରିପାରିବେ। ଏହି ପ୍ରତିକାର ଶ୍ରେଣୀଗୁଡ଼ିକ ରାଜ୍ୟ ସରକାରଙ୍କ ଉଜ୍ଜ୍ବଳ ମଡ଼େଲେକୁ ଅନୁସରଣ କରିବେ ଏବଂ ପ୍ରାରମ୍ଭରେ ଛାତ୍ରମାନଙ୍କ ମଧ୍ୟରେ ଗଣିତ ଏବଂ ଓଡ଼ିଆ ଭାଷା ଦକ୍ଷତା ବୃଦ୍ଧି ପାଇଁ ପ୍ରୟାସ କରାଯିବ। ସ୍ବେଚ୍ଛାସେବୀମାନେ ଶିକ୍ଷଣ ଫଳାଫଳକୁ ବୁଝିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବାରମ୍ବାର ମୂଲ୍ୟାଙ୍କନ କରିବେ।

Comments are closed.