Odisha Link
Bridging the Missing Links in Odisha

ବିରୋଧୀ ଲୋକଙ୍କ ନିକଟରେ ଏକଘରକିଆ : ମନ୍ତ୍ରୀ

ଭୁବନେଶ୍ୱର: କାଳିଆ ଯୋଜନା ଏକ ନିୟମିତ ଯୋଜନା। ଏହାକୁ ନେଇ ବିରୋଧୀଙ୍କ ନିକଟରେ କୌଣସି ପ୍ରସଙ୍ଗ ନାହିଁ । ବିରୋଧୀ ଲୋକଙ୍କ ନିକଟରେ ଏକ ଘରକିଆ ବୋଲି ଆଜି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ କହିଛନ୍ତି।ଏହାଛଡ଼ା ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଯେ, ରାଜ୍ୟଠୁ ଏଫସିଆଇ ଧାନ କିଣିବା ପ୍ରସଙ୍ଗରେ ଏହା କହିଛନ୍ତି। ସପ୍ତାହେ ମଧ୍ୟରେ ସବୁ ରାଜ୍ୟ ସହ କେନ୍ଦ୍ର ସରକାର ଆଲୋଚନା କରିବେ। କିଛି ନା କିଛି ପାଉଣା ଦେବାକୁ କେନ୍ଦ୍ର ଆଶ୍ୱାସନା ଦେଇଛି। କେନ୍ଦ୍ରର ପରାମର୍ଶ ଅନୁଯାୟୀ ଆମେ ଡାଟା ବେସ ପ୍ରସ୍ତୁତ କରୁଛୁ ବୋଲି ମନ୍ତ୍ରୀ ସ୍ୱାଇଁ କହିଛନ୍ତି ।

ଏହାଛଡ଼ା ପଶ୍ଚିମ ଓଡ଼ିଶାରେ ବିରୋଧୀଙ୍କ ଚକାଜାମ ଉପରେ ମନ୍ତ୍ରୀ ସ୍ୱାଇଁ କହିଛନ୍ତି ଯେ, ବିଜେପିର ଚକାଜାମ ଆନେ୍ଦାଳନରେ କୌଣସି ବାସ୍ତବତା ନାହିଁ। ନୂଆ କୃଷି ଆଇନରେ ଯାହା ଅଛି ତାହା ସଂସଦରେ ଉପସ୍ଥାପନ ହେଉନି। ଚଳିତ ମାସ ସୁଦ୍ଧା ରାଜ୍ୟରୁ ଗତ ବର୍ଷ ଅପେକ୍ଷା ଅଧିକ ଧାନ କିଣାଯିବା ନେଇ ଆଶା ଥିବା ସେ କହିଛନ୍ତି।

ଏହାଛଡ଼ା ନୂଆପଡ଼ା ଚାଷୀଙ୍କ ଟୋକନ ସମସ୍ୟାକୁ ନେଇ ମନ୍ତ୍ରୀ ମନ୍ତ୍ରୀ ସ୍ୱାଇଁ କହିଛନ୍ତି ଯେ, ପଞ୍ଜୀକରଣ କରିଥିବା ଚାଷୀଙ୍କ ଧାନ ଉଠାଯିବ। ଜମି ଚାଷୀଙ୍କର ନୁହେଁ, ପ୍ରକୃତ ଚାଷୀଙ୍କ ଧାନ ଉଠାଯିବ ବୋଲି ମନ୍ତ୍ରୀ ସ୍ୱାଇଁ କହିଛନ୍ତି।

Comments are closed.