Odisha Link
Bridging the Missing Links in Odisha

ଆସନ୍ତା କାଲି ଦିନ ୧ଟା ଯାଏଁ ଘରୋଇ ବସ୍‌ ସେବା ବନ୍ଦ

ଭୁବନେଶ୍ବର: ଆସନ୍ତା କାଲି ଦିନ ୧ଟା ପର୍ଯ୍ୟନ୍ତ ଘରୋଇ ବସ୍‌ ସେବା ବନ୍ଦ। ଘରୋଇ ବସ୍‌ ସେବା ବନ୍ଦ ନେଇ ରାଜ୍ୟ ଘରୋଇ ମାଲିକ ସଂଙ୍ଘ କୋଷଧ୍ୟକ୍ଷ ବରଦା ଆର୍ଚାର୍ଯ୍ୟ ସୂଚନା ଦେଇଛନ୍ତି। କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଘରୋଇ ବସ୍‌ ସେବାକୁ ବନ୍ଦ କରାଯାଇଛି।

ଆସନ୍ତା କାଲି ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବସ୍‌ ଚଳାଚଳ ବନ୍ଦ ରହିବ। ଦିନ ୧ଟା ପରେ ବିଭିନ୍ନ ସ୍ଥାନକୁ ବସ୍‌ ଚଳାଚଳ ସ୍ବାଭାବିକ ହେବ। ବସ୍‌ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିର ରଖି ମାଲିକ ସଂଙ୍ଘ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି।

Comments are closed.